ଫେବୃଆରୀ ୧୦ରେ ପରୀକ୍ଷା ପେ ଚର୍ଚ୍ଚା। ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ଦୀପିକା ଏବଂ ସଦଗୁରୁ। ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୋର୍ଡ ଏକଜାମ ପୂର୍ବରୁ ପରୀକ୍ଷା ପେ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମର ୮ମ ସଂସ୍କରଣରେ ମୋଦିଙ୍କ ସହ ଦୀପିକା ପାଦୁକୋନ, ସଦଗୁରୁ, ବିକ୍ରାନ୍ତ ମୈସୀ, ମେରି କମଙ୍କ ଭଳି ବ୍ୟକ୍ତିତ୍ୱ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ। ତେବେ ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅବିଭାବକଙ୍କ ସହ ପରୀକ୍ଷା ସମ୍ୱନ୍ଧୀୟ ସମସ୍ୟାର ସମାଧାନକୁ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଛାତ୍ରଛାତ୍ରୀମାନେ ମଧ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥାନ୍ତି।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now