ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ

ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗରିଆପାଲି ଗ୍ରାମ ନିକଟରେ ଦନ୍ତାହାତୀର ମୃତ୍ୟୁ ଘଟିଛି।  ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଳମ୍ବିତ ରାତି  ଦନ୍ତାହାତୀ ପ୍ରାଣ ହରାଇଥିବା ଜଣାପଡିଛି।  ଆଜି ସକାଳୁ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଦେହରେ ଲାଗିଥିବା ବିଦ୍ୟୁତ ତାର ହଟାଇଛନ୍ତି। ବାରହା ଶିକାର ପାଇଁ କିଛି ଦୁର୍ବୃତ୍ତ ବେଆଇନ ଭାବେ ବିଦ୍ୟୁତ ତାର ବିଛାଇଥିଲେ। ବନବିଭାଗର ଅବହେଳା ଯୋଗୁଁ ଉକ୍ତ ତାରରେ ଲାଗି ଦନ୍ତାହାତୀ ପ୍ରାଣ ହରାଇଥିବା ଜଣାପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *