ଗୁଣପୁରରେ ଆଜି ଠାରୁ ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା। ଆଜି ମାତୃଭାଷା ପରୀକ୍ଷା ଥିଲା। ସକାଳ ୯ଟା ୩୦ରୁ ପରୀକ୍ଷା କକ୍ଷକୁ ପ୍ରବେଶ କରାଯାଇଥିଲା ଓ ୧୦ରୁ ଆରମ୍ଭ ହୋଇ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ରାୟଗଡ଼ା ଜିଲ୍ଲା ଗୁଣପୁର କଲେଜରେ କଡ଼ା ସୁରକ୍ଷା ରେ ପରୀକ୍ଷା ହୋଇଥିଲା। କପି ରୋକିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ପ୍ରତି ସେଣ୍ଟରରେ ପୋଲିସ ମୁତୟନ ହୋଇଛନ୍ତି। ସେହିପରି ପଦ୍ମପୁର ଆର୍ ଜି କଲେଜ ହବରୁ କଡ଼ା ସୁରକ୍ଷା ରେ ଗୁଡ଼ାରୀ ଓ ଖିଲାମୁଣ୍ଡା କଲେଜ ସେଣ୍ଟରକୁ ପ୍ରଶ୍ନପତ୍ର ଯାଇଥିଲା। ତହସିଲଦାର ସ୍ପେଶାଲ ସ୍କ୍ୱାର୍ଡ଼ ଭାବରେ ପଦ୍ମପୁର ଆର ଜି କଲେଜ ଖିଲାମୁଣ୍ଡାଏସ ଏସ ଡି କଲେଜ ପରିଦର୍ଶନ କରିଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now