ସରକାରୀ ଯୋଜନା ସାତସପନ

Spread the love

ବାଙ୍କି: ସରକାରଙ୍କ ରହିଛି ମାଳ ମାଳ ଯୋଜନା । କିନ୍ତୁ ଏହି ସବୁ ଯୋଜନା ହିତାଧିକାରୀଙ୍କ ପାଖରେ ନପହଞ୍ଚି ଅଧାବାଟରେ ବାଟମଣା ହେଉଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ୬ ନମ୍ବର ଓ୍ୱାର୍ଡ ଖମାରଙ୍ଗ ଗାଁର ବିଷ୍ଣୁ ଦାସଙ୍କ କ୍ଷେତ୍ରରେ । ସରକାରଙ୍କ ଅନେକ ଯୋଜନା ଥିବା ବେଳେ ବିଷ୍ଣୁଙ୍କ ପାଇଁ ସବୁ ଯୋଜନା ସାତସପନ ହୋଇଛି । ସରକାରୀ ସହାୟତା ପାଇଁ ବାରମ୍ବରା ଗୁହାରି କରିଥିଲେ ମଧ୍ୟ ଫଳ ଶୂନ ।

କଟକ ଜିଲ୍ଲା ୬ ନମ୍ବର ଓ୍ୱାର୍ଡ ଖମାରଙ୍ଗ ଗାଁର ବିଷ୍ଣୁ ଦାସଙ୍କ ଘର । ଗରିବଙ୍କ ପାଇଁ ସରକାରଙ୍କ ପକ୍କା ଯୋଜନା କରି ଥିବାବେଳେ ଭଙ୍ଗା ଦଦରା ଘରେ ଜୀବନ କାଟୁଛନ୍ତି ବିଷ୍ଣୁଙ୍କ ପରିବାର ଲୋକେ ।  ବିଷ୍ଣୁଙ୍କ ପରିବାର କହିଲେ ତିନି ଝିଅ ସହ ତାଙ୍କ ସ୍ତ୍ରୀ । ବିଷ୍ଣୁ ଗୁପଚୁପ ବିକ୍ରି କରି ବହୁ କଷ୍ଟରେ ପରିବାର ଚଳାନ୍ତି । ସରକାରୀ ହିସାବରେ କିଛି ଚାଉଳ ମିଳୁଛି ଯାହା ସମୁଦ୍ରକୁ ଶଙ୍ଖେ। ଏଭଳି ସ୍ଥିତିରେ ଘର ଖଣ୍ଡେ କରିବା ବିଷ୍ଣୁଙ୍କ ପକ୍ଷେ ଅସମ୍ଭବ । ଘର ଖଣ୍ଡେ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ବିଷ୍ଣୁ ।

ପରିବାର ମୁହଁରେ ମୁଠେ ଆହାର ଯୋଗାଇବା ପାଇଁ ବିଷ୍ଣୁ ସଂଘର୍ଷ କରୁଥିବା ବେଳେ ପିଇବା ପାଣି ବୁନ୍ଦେ ପାଇଁ ବିଷ୍ଣୁଙ୍କ ସ୍ତ୍ରୀ ଜମୁନା ଟଲି ଗାଡି ଧରି ଯାଇଥାନ୍ତି ମାଇଲିଏ ଵାଟ । ତେବେ ଏହି ଖବରକୁ ନେଇ ପୂର୍ବତନ କାଉନ୍ସିଲର ସୂର୍ଯ୍ୟମଣି ତ୍ରିପାଠୀ କହିଛନ୍ତି ଏମାନଙ୍କୁ ସରକାରୀ ସ୍ତରରେ ସମସ୍ତ  ସୁବିଧା ପାଇଁ ସେ ସରକାରଙ୍କ ନିକଟରେ ଦାବି କରିବେ । ସେହିଭଳି ଏନଏସି ନିର୍ବାହୀ ଅଧିକାରୀ ସତ୍ୟ ରଞ୍ଜନ ପଣ୍ଡା କହିଛନ୍ତି ମୁଁ ଏବେ ନୂଆ କରି ଦାଇତ୍ୱ ଗ୍ରହଣ କରିଛି ପ୍ରାଥମିକ ସ୍ତରରେ ଏହି ପରିବାରଙ୍କ ପାଇଁ ପଲିଥିନ ର ବ୍ୟବସ୍ଥା କରି ଦେଉଛନ୍ତି। ତୁରନ୍ତ କିଭଳି ଘର ପାଇ ପାରିବେ ସେ ନେଇ ସମସ୍ତ ଉଦ୍ୟମ ମଧ୍ୟ କରାଯିବ.

ମନୋଜ କୁମାର ଦଳେଇଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *