ବିବାହ ଭୋଜି ଖାଇ ୨୦୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ । କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ୱରପାଟଣାରେ ଘଟିଛି ଏହି ଅଘଟଣ। ଗ୍ରାମର ପଦ୍ମନାଭ ସାହୁ ଙ୍କ ଝିଅ ବିବାହ ଉତ୍ସବକୁ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରୁ ଆସିଥିଲେ ବରଯାତ୍ରୀ। ଏପଟେ ନିମନ୍ତ୍ରିତ ଅତିଥି ଓ ବନ୍ଧୁ ବାନ୍ଧବ ସାହି ପଡିଶା ମଧ୍ୟ କନ୍ୟା ଘର ବାହାଘର ଭୋଜି ଖାଇ ୨ଶହରୁ ଉର୍ଦ୍ଧ୍ୱ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ପିଲା ଠାରୁ ଆରମ୍ଭ କରି ଯୁବକ ବୟସ୍କ ଏବେ ଝାଡାବାନ୍ତି, ଜ୍ୱର ସାଙ୍ଗକୁ ମୁଣ୍ଡ ବ୍ୟଥାରେଆକ୍ରାନ୍ତ ଅଛନ୍ତି। ଗାଁରେ ଆଜିକୁ ୩ ଦିନ ଧରି ସମସ୍ୟା ଲାଗି ରହିଛି। ପ୍ରତ୍ୟକ ଦିନ ବହୁ ସଂଖ୍ୟାରେ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ରୁ ଅଧିକ ଗୁରୁତରଙ୍କୁ କଟକ, ଭୁବନେଶ୍ଵର, ଖୋର୍ଦ୍ଧା, ବଡମ୍ବା, କଳାପଥର ଭଳି ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ସେପଟେ ଗାଁରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ରହି ରୋଗୀଙ୍କ ଚିକିତ୍ସା କରୁଛନ୍ତି।
ଆଜି ମଧ୍ୟ ୫୦ରୁ ଉର୍ଦ୍ଧ୍ୱ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା କହିଛନ୍ତି ସୁବର୍ଣ୍ଣପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର। ଅନ୍ୟପଟେ ଘଟଣାସ୍ଥଳରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସ୍ଥାନୀୟ ବିଧାୟକ ପହଁଚିଛନ୍ତି। ବୈଦେଶ୍ୱରପାଟଣା ସାହି ସହିତ ବୈଦେଶ୍ଵର ଗାଁର ପ୍ରତିଟି ଘର ଘର ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। କଟକରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀ ଟିମ ମଧ୍ୟ ରହିଛନ୍ତି। ଭୋଜି ପାଇଁ ଯେଉଁ ପାଣିକୁ ବ୍ୟବହାର କରାଯାଇଥିଲା ତାହାର ମଧ୍ୟ ପରୀକ୍ଷଣ କରାଯିବ ବୋଲି କହିଛନ୍ତି
କଟକ ସିଡ଼ିଏମଓ।
ଡାକ୍ତରି ଦଳ ଗାଁରେ ପହଞ୍ଚି ସ୍ଥିତି ପରଖିବା ସହ ଚିକିତ୍ସା ଯୋଗାଇଥିବାରୁ ଲୋକମାନଙ୍କୁ ସାମାନ୍ୟ ଆଶ୍ୱ ସ୍ତି ମିଳିଛି। ସେପଟେ ଖୁବଶୀଘ୍ର ସଂକ୍ରମଣ କମିବ ଏବଂ ଲୋକମାନେ ସୁସ୍ଥ ହେବେ ବୋଲି ଆଶାବାଦୀ ରହିଛି ସ୍ୱାସ୍ଥ୍ୟ ବିଭାଗ।

Naxatra News is now on Whatsapp
Join and get latest news update delivered to you via whatsapp
Join Now