ମୁଖ୍ୟ ନିର୍ବାଚନ କମିଶନର ହେଲେ ଜ୍ଞାନେଶ କୁମାର

ମୁଖ୍ୟ ନିର୍ବାଚନ କମିଶନର ହେଲେ ଜ୍ଞାନେଶ କୁମାର। ୨୬ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। କେରଳ କ୍ୟାଡରର ଏହି ପୂର୍ବତନ ଆଇଏଏସ ଅଫିସରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗଠିତ ଏକ ପ୍ୟାନେଲ ନିଯୁକ୍ତ କରିଛି। ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ୨୦୨୯ ଜାନୁଆରୀ ୨୬ରେ ଶେଷ ହେବ। କେରଳ କ୍ୟାଡରର ୧୯୮୮ ବ୍ୟାଚର ଆଇଏଏସ ଅଫିସର କୁମାର ଅମିତ ଶାହାଙ୍କ ଅଧିନରେ ସମବାୟ ମନ୍ତ୍ରଣାଳୟର ସଚିବ ଭାବେ ଅବସର ଗ୍ରହଣ କରିଥିଲେ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *