ବିଳମ୍ୱିତ ରାତିରେ ମୃତ ଶବ ଖୋଳି ନେଲେ ଦୃର୍ବୁତ୍ତ । ଏମିତି ଏକ ଲୋମ ଟାଙ୍କୁରା ହୃଦୟ ବିଦାରକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ମଣିନାଥପୁର ବୈତରଣୀ ନଦୀ ପଠା ସ୍ଵର୍ଗଦ୍ଵାର ନିକଟରେ। ମଣିନାଥପୁର ଗ୍ରାମର ଶ୍ରୀମନ୍ତ ସାମଲଙ୍କ ସ୍ତ୍ରୀ ରୁକ୍ମଣୀ ସାମଲଙ୍କ ମୃତଦେହ କୁ ଗାଁ ପାଖ ବୈତରଣୀ ନଦୀ ନିକଟ ସ୍ଵର୍ଗଦ୍ଵାର ଶ୍ମଶାନରେ ପାରମ୍ପରିକ ରୀତି ଅନୁଯାୟୀ ଗାତ ଖୋଳି ପୋତି ଦିଆଯାଇଥିଲା ।ଦଶାହ କର୍ମ ପାଇଁ ଅବଶକାୟୀ ଦଶାହ କର୍ମ ଦୀପ ବରୁହାଁ ନେଇ ମାଆଙ୍କ ଶବ ପୋତିଥ ବୈତରଣୀ ନଦୀ ନିକଟ ସ୍ଵର୍ଗଦ୍ଵାର ଶ୍ମଶାନକୁ ଯାଇଥିଲେ ତାପସ ଓ ସମ୍ପର୍କୀୟ। ତେବେ ତାପସ ପହଞ୍ଚି ଦେଖିଲେ ମାଆଙ୍କ ଶବ ପୋତା ସ୍ଥାନ ଖୋଲାଯାଇଛି। ଶବ ପୋତା ସ୍ଥାନରେ ମଦ ବୋତଲ ପାଣି ବୋତଲ ପଡ଼ିଥିବା ବେଳେ ଗାତ ପାଖରୁ ଶବ ଟିକୁ ଘୋଷାରି ଘୋଷାରି ଦୁବୃର୍ତ୍ତ ମାନେ ନେଇଥିବା ଚିହ୍ନ ହିଁ ଶବ ଚୋରି ହୋଇଛି ବୋଲି ଅନୁମାନକୁ ସ୍ପଷ୍ଟ କରିଥିଲା।ଶବ ପୋତା ସ୍ଥାନରୁ ୨୦୦ ମିଟର ଦୂର ନଦୀ ଭିତରେ ଶବର ଅନ୍ତବସ୍ତ୍ର ସହ ପଚା ମାଂସ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଏ ନେଇ ମୃତ ରୁକ୍ମିଣୀଙ୍କ ସ୍ବାମୀ ଶ୍ରୀମନ୍ତ ସାମଲ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ତେବେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now