କଂଗ୍ରେସରେ ରହି ବିଜେପି ପାଇଁ ଭିତିରିଆ କାମ କରୁଥିବା ଗୋଷ୍ଠୀକୁ ତଡ଼ିବି- ରାହୁଲ

ବିଜେପିକୁ ଗଲେ ବାହାରେ ଫିଙ୍ଗିଦେବେ। କଂଗ୍ରେସରେ ରହିଲେ ସମ୍ମାନ ମିଳୁଛି। ଯିଏ କଂଗ୍ରେସରେ ରହି ବିଜେପି ପାଇଁ କାମ କରୁଛି, ତାକୁ ଆଗ ଚିହ୍ନଟ କର। ଆମର ପ୍ରଥମ କାମ ହେଲା- ଏହି ଦୁଇ ଗୋଷ୍ଠୀକୁ ଅଲଗା କରିବାକୁ ପଡ଼ିବ। ଏଥିଲାଗି ଯଦି ୩୦ରୁ ୪୦ ଲୋକଙ୍କୁ ଦଳରୁ କାଢ଼ିବାକୁ ପଡ଼େ, ତାହେଲେ କାଢ଼ିଦେବା। ଗୁଜରାଟରେ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଏଭଳି ଚେତାବନୀ ଦେଇଛନ୍ତି ରାହୁଲ ଗାନ୍ଧୀ। ବିଜେପି ଲାଗି ଭିତିରିଆ କାମ କରୁଥିବା ଲୋକଙ୍କୁ ଆଗ ବାହାର କରିବାକୁ ପଡ଼ିବ। ଏମାନେ ଦଳରୁ ବାହାରି ଆରାମରେ ବିଜେପି ଲାଗି କାମ କରନ୍ତୁ ଆପତ୍ତି ନାହିଁ। କିନ୍ତୁ ଦଳ ଭିତରେ ରହି ବିଭୀଷଣ ହେବାକୁ ଦେବୁନି। ଗୁଜରାଟର ଜନତା, ବେପାରୀ, ଚାଷୀ, ମଜଦୁର, ଛାତ୍ର ସମସ୍ତେ ବିକଳ୍ପ ଖୋଜୁଛନ୍ତି। କଂଗ୍ରେସକୁ ଚାହୁଁଛନ୍ତି। ଏମାନେ ଗୁଜରାଟରେ ବି-ଟିମ୍ ଚାହୁଁନାହାନ୍ତି। ସେଥିଲାଗି ତାଙ୍କର ଗୁରୁଦାୟିତ୍ୱ ରହିଛି, ଆଗ ଏଇ ଦୁଇ ଗୋଷ୍ଠୀକୁ ଅଲଗା କରିବାକୁ ପଡ଼ିବ ବୋଲି କହିଛନ୍ତି ରାହୁଲ। ସିଧାସଳଖ ଜନତା ସହ ଯୋଡ଼ିବାକୁ ପଡ଼ିବ। ତା ହେଲେ ଯାଇ ଜନତା କଂଗ୍ରେସକୁ ଭରସା କରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *