ମାଣ୍ଡିଆରୁ ମଦ ତିଆରି- ମସୁଧାରୁ କ୍ଷାନ୍ତ ରୁହ ସରକାର

୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ ଲାଗି ନିର୍ବାଚନୀ ଇସ୍ତାହାରରେ କହିଛନ୍ତି ବିଜେପି ସରକାର। କିନ୍ତୁ ଶ୍ରୀଅନ୍ନ ମାନ୍ୟତା ଦେଇଥିବା ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବାର ମସୁଧାରେ ଲାଗିଛନ୍ତି। ଯାହାକି ବିଡ଼ମ୍ୱନା। ସେଥିଲାଗି ଏଭଳି ଯୋଜନାରୁ କ୍ଷାନ୍ତ ରହିବା ସହ ୨୦୨୫ ଏପ୍ରିଲ ପହିଲାରୁ ଓଡ଼ିଶାକୁ ନିଶାମୁକ୍ତ କରିବା ଦିଗରେ ସରକାର ସକରାତ୍ମକ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ବା ମୋନା। ମୋନା ସଭାପତି ପଦ୍ମଚରଣ ନାୟକଙ୍କ ନେତୃତ୍ୱରେ ଲୋୟର ପିଏମଜିରେ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କର ସାମ୍ପ୍ରତ୍ତିକ ଅବକାରୀ ନୀତି ସମାଜ ବ୍ୟବସ୍ଥାକୁ ଧ୍ୱଂସ କରିଦେବ ବୋଲି ଆଶଙ୍କା କରିଛନ୍ତି ପଦ୍ମଚରଣ। ଯେଉଁ ମାଣ୍ଡିଆକୁ ଶ୍ରୀଅନ୍ନ ଘୋଷଣା କରିଥିଲେ ସରକାର। ସେ ମାଣ୍ଡିଆରୁ ମଦ ପ୍ରସ୍ତୁତ କରି ଓଡ଼ିଶାବାସୀଙ୍କୁ ନୂତନ ମଦର ସ୍ୱାଦ ଚଖାଇ ନୂଆ ମଦ ମାଫିଆ ସୃଷ୍ଟି କରିବାକୁ ଦିଆଯିବନି ବୋଲି ଚେତାଇ ଦେଇଛି ମୋନା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *