ରାଜସ୍ଥାନରେ ପୁଲିସ କର୍ମୀଙ୍କ ହୋଲି ବହିଷ୍କାର ନେଇ ତେଜିଲା ରାଜନୀତି। ବଜେଟରେ ଅନେକ ଘୋଷଣା ହୁଏ। କିନ୍ତୁ ଏଥର ପୁଲିସ କର୍ମୀଙ୍କ ସମସ୍ୟା ସମାଧାନ ଲାଗି କୌଣସି ପ୍ରାବଧାନ ରଖାଗଲାନି। ଏହା ବିରୁଦ୍ଧରେ ପୁଲିସ କର୍ମୀ ହୋଲି ବହିଷ୍କାର ନେଇ ଚେତାବନୀ ଦେଇଥିଲେ। ଦୀର୍ଘସମୟ ଧରି ନିଜର ଦାଦି ପୂରଣ ସକାଶେ ସରକାରଙ୍କ ପାଖରେ ଅଡ଼ି ବସିଛନ୍ତି ପୁଲିସ କର୍ମୀ। ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ କିରୋଡିଲାଲ ମିଣା ପୁଲିସକର୍ମୀଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ, ସେମାନଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଅବଗତ କରାଯିବ। ସମାଧାନର ସମସ୍ତ ପ୍ରୟାସ ହେବ। ହୋଲି ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ। ଯାହାକୁ ସମସ୍ତେ ହର୍ଷୋଲ୍ଲାସରେ ପାଳନ୍ତି। ପୁଲିସ କର୍ମୀ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବି ଜନତାଙ୍କ ସେବାରେ ସମର୍ପିତ ଥାଏ। ସେଥିଲାଗି ହୋଲିକୁ ବୟକଟ୍ କରନ୍ତୁନି ବୋଲି ଅପିଲ୍ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ତତ୍କାଳ ହସ୍ତକ୍ଷେପ କରନ୍ତୁ। ପୁଲିସ ସଂଘର ଲମ୍ୱିତ ଦାବିର ସମାଧାନ ଜରୁରୀ। ଯେଉଁଥିଲାଗି ବିନା କୌଣସି ଅସନ୍ତୋଷରେ ହୋଲିର ପର୍ବ ଶାନ୍ତିଶୃଙ୍ଖଳାରେ ପାଳିହେବ। ପଦୋନ୍ନତିର ପ୍ରକ୍ରିୟା ଶୀଘ୍ର ପୂରଣ କରାଯାଉ। ମେସ୍ ଭତ୍ତା ବୃଦ୍ଧି ସହ ସାପ୍ତାହିକ ଛୁଟିର ସୁବିଧା ଉପଲବ୍ଧ ହେଭ ଆଦି ବିଭିନ୍ନ ଦାବିରେ ଅଡ଼ି ବସିଛି ସଂଘ।


Naxatra News is now on Whatsapp
Join and get latest news update delivered to you via whatsapp
Join Now