ମହିଳାଙ୍କୁ ଖୋଜିବାରେ ନୌସେନାର ୧ କୋଟି ପାଣିରେ

ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ଏକ ଆଶ୍ଚାର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମହିଳାଙ୍କୁ ଖୋଜିବାରେ ନେଭିର ୧କୋଟି ଟଙ୍କା ପାଣିରେ ପଡିଛି। ସେହି ମହିଳା ଜଣଙ୍କ ତାଙ୍କ ପ୍ରେମୀ ସହ ଧରାପଡିଛନ୍ତି। ମହିଳା ସମୁଦ୍ରରରେ ବୁଡିଯିବାର ସମ୍ଭାବନା ଥିବାରୁ ଭାରତୀୟ ନେଭି ସେନା ଏବଂ ତଟରକ୍ଷୀ ବାହିନୀ ମାନେ ୩୬ ଘଣ୍ଟା ଧରି ସର୍ଚ୍ଚ ଅପରେସନ କରିଥିଲେ। ସନ୍ଧାନରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ନିଖୋଜ ମହିଳାଙ୍କ ଅନୁସନ୍ଧନରେ ଏକ ହେଲିକପ୍ଟର ଏବଂ ୩ଟି ଜାହାଜ ନିୟୋଜିତ କରାଯାଇଥିଲା।

ସୂଚନା ଅନୁଯାୟୀ, ଜଣେ ୨୩ ବର୍ଷୀୟ ବିବାହିତ ମହିଳା ସୋମବାର ଦିନ ତାଙ୍କ ସ୍ୱାମୀଙ୍କ ସହ ବିବାହ ବାର୍ଷୀକ ପାଳନ କରିବାକୁ ବିଶାଖପାଟନାମର ଆର.କେ ବିଚ୍ କୁ ଯାଇଥିଲେ। ସେଠାରେ ସମୁଦ୍ର କୂଳ ନିକଟରେ ତାଙ୍କ ସ୍ୱାମୀ ଫୋନରେ କଥା ହୋଇ ଦେଖିଲା ବେଳକୁ ସ୍ତ୍ରୀ ସେଠାରେ ନାହାନ୍ତି। ସ୍ୱାମୀ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସ୍ତ୍ରୀ ମିଳି ନଥିଲା। ସ୍ୱାମୀ ଟାଉନ ଥାନାରେ ସ୍ତ୍ରୀର ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। ପୋଲିସ ଆଶଙ୍କା କରିଥିଲା କି, ମହିଳା ଜଣଙ୍କ ସମୁଦ୍ରରେ କାଳେ ଲହଡି ପାଇଁ ଭାସି ଯାଇଥିବେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀର ସହାୟତା ନେଇଥିଲା। ଏକା ସାଙ୍ଗରେ ସମୁଦ୍ର ଭିତରେ ମତ୍ସ୍ୟଜୀବୀମାନେ ଖୋଜାଖୋଜି କରିଥିଲେ।

ଏଥିରେ ୧ ହେଲିକାପ୍ଟର ଏବଂ ୩ଟି ଜାହାଜ ନିୟୋଜିତ ଥିଲା କିନ୍ତୁ ମହିଳାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା। ମହିଳା ଜଣଙ୍କ ନିଖୋଜ ହେଇନଥିବା ସୂଚନା ଦେଇ କହିଥିଲେ ଯେ, ସେ ନିରାପଦାରେ ବର୍ତ୍ତମାନ ନେଲୋରରେ ଅଛନ୍ତି। ଇନ୍ସପେକ୍ଟର କେ.ରାମ ରାଓଙ୍କ ଅନୁଯାୟୀ, ଏହି ସର୍ଚ୍ଚ ଅପରେସନ ଦୁଇ ଦିନ ଧରି ଚାଲିଥିବାରୁ ଆନୁମାନିକ ମବଲ୍ୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *