କିପରି ଅନଲାଇନରେ ପାଇବେ ପ୍ୟାନକାର୍ଡ?

ନୂଆଦିଲ୍ଲୀ: ଜୁଲାଇ ୩୧ ଥିଲା ପ୍ୟାନ ଆୟକର ଦାଖଲର ଶେଷ ଦିନ। ITR  ଫାଇଲ କରିବାକୁ ପ୍ୟାନ କାର୍ଡ ଆବଶ୍ୟକ। କିନ୍ତୁ ଯଦି ପ୍ୟାନ କାର୍ଡ ଆପଣଙ୍କ ପାଖରେ ନାହିଁ ତେବେ ଆପଣ ଅସୁବିଧାରେ ପଡିପାରନ୍ତି। ଏପରି ଅନେକ ଥର ହୋଇଛି। ଯଦି ଆପଣଙ୍କ ପ୍ୟାନ କାର୍ଡ ହଜିଯାଏ କିମ୍ବା ଭାଙ୍ଗିଯାଏ ବା ଖରାପ ହୋଇଯାଏ ଓ ଇନକମ ଟ୍ୟାକ୍ସ ଦେବାରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଆପଣ ଯଦି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବର୍ତ୍ତମାନ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏମିତି କିଛି ଉପାୟ ରହିଛି ଯାହା ଦ୍ବାରା ଆପଣଙ୍କ ସମସ୍ୟା ସମାଧାନ ହୋଇପାରିବ । ଆସନ୍ତୁ ଜାଣିବା ଅନଲାଇନରେ କିପରି ଡାଉନଲୋଡ କରିବେ ଇ ପ୍ୟାନ । ସର୍ବପ୍ରଥମେ ଆପଣଙ୍କୁ INCOMETAX.GOV.IN ରେ ଲଗଇନ କରନ୍ତୁ। ଏହା ହେଉଛି ଆୟକର ବିଭାଗର ଇ-ପୋର୍ଟାଲ । ଏହା ପରେ ଆପଣଙ୍କୁ ଏକ ଇନଷ୍ଟାଣ୍ଟ E PAN  ଅପ୍ସନ ମିଳିବ । ଏଥିରେ କ୍ଲିକ କରନ୍ତୁ ତା ପରେ ନିଉ  E PAN  ଅପ୍ସନ ଉପରେ କ୍ଲିକ କରନ୍ତୁ। ଏଠାରେ ଆପଣଙ୍କୁ ନିଜ ପ୍ୟାନ ନମ୍ବର ଦେବାକୁ ପଡିବ । ଏହା ସହତି ଆଧାର ନମ୍ବର ମଧ୍ୟ ଦେବାକୁ ପଡିବ । ଏହା ପରେ ସମସ୍ତ ଟର୍ମସ ଆଣ୍ଡ କଣ୍ଡିସନକୁ ଆକସେପ୍ଟ କରନ୍ତୁ । ଏହା ପରେ ଆପଣଙ୍କ ପଞ୍ଜିକୃତ ନମ୍ବରରେ ଏକ OTP  ଆସିବ। ଏହାକୁ ପ୍ରବେଶ କରନ୍ତୁ ଏବଂ  ସବମିଟ ବଟନ ଉପରେ କ୍ଲିକ କରନ୍ତୁ । ମନେ ରଖନ୍ତୁ ସବମିଟ ବଟନ ଉପରେ କ୍ଲିକ କରିବା ପୂର୍ବରୁ ସମସ୍ତ ବିବରଣୀକୁ ଭଲ ଭାବରେ ଯାଞ୍ଚ କରନ୍ତୁ। ଯେପରି କୋଉଠି ଭୁଲ ତଥ୍ୟ ରହିନଯାଏ। ବର୍ତ୍ତମାନ ଆପଣଙ୍କ ପଞ୍ଜିକୃତ ଇ ମେଲ ଆଇଡିରେ କିମ୍ବା ଫୋନ ନମ୍ବରରେ ଏସଏମଏସ ଜରିଆରେ ଇ ପ୍ୟାର୍ନ କାର୍ଡର କପି ଆସିଯିବ । ପ୍ୟାନ କାର୍ଡ ହଜିଗଲେ କିମ୍ବା ନମିଳିଲେ ଆଉ ଟେନସନ ହେବାର ନାହିଁ । କାହିଁକି ନା ବିକଳ୍ପ ବ୍ୟବସ୍ଥା ସୁରୂପ ପାନ କାର୍ଡ ବାହାର କରିବା ପାଇଁ ସୁବିଧା ରହିଛି ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *