ଜମ୍ମୁ-କାଶ୍ମୀରର ଉଧମପୁରା ମସୋରା ନିକଟରେ ଏକ ମିନି ବସ ରାସ୍ତାକଡକୁ ଖସିପଡିବାରୁ ୮ ଛାତ୍ର ଗୁରୁତର ହୋଇଛି। ବସ ବରମିନ ଗାଁରୁ ଉଧମପୁର ଯାଉଥିବା ବେଳେ ବସଟି ଖାଇକୁ ଖସି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ ଓ ଉଦ୍ଧାରକାରୀ ଦଳ ୧୦ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ କିଛିଙ୍କ ସ୍ଥିତି ଗୁରୁତର ଥିବାରୁ ସେମାନଙ୍କୁ ଜମ୍ମୁ ରେଫର କରାଯାଇଥିଲା। ଶନିବାର ସକାଳ ପ୍ରାୟ ୮ଟା ୩୦ରେ ବସଟି ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଗୋଲ୍ଡି ରୋଡଠାରେ ଦୁର୍ଘଟଣା ହୋଇଥିଲା।
ଏହା ପୂର୍ବରୁ ହିମାଚଳ ପ୍ରଦେଶର କୁଲ୍ଲୁରେ ଏକ ବଡ ଦୁର୍ଘଟଣା ହୋଇଥିଲା। ଏକ ଘରୋଇ ବସ ଖାଇରେ ପଡିଯାଇଥିଲା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ର ମଧ୍ୟ ଥିଲେ। ବସରେ ପ୍ରାୟ ୪୫ ଲୋକ ଥିଲେ। ଜଙ୍ଗଲା ନାମକ ଏକ ସ୍ଥାନରେ ବସ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡିଥିଲା।
ସିଲାସ୍ମିତାଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now