୪ ରାଜ୍ୟରେ ୫ ବିଧାନସଭା ଉପନିର୍ବାଚନ ଲଢ଼େଇ- କିଏ ମାରିବ ବାଜି?

ପଞ୍ଜାବ, ପଶ୍ଚିମବଙ୍ଗ, ଗୁଜରାଟ ଓ କେରଳର ୫ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ କାହାର ପଲା ଭାରି ରହିବ। ପହଲଗାଁଓ ଆତଙ୍କି ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ଏହା ଥିଲା ପ୍ରଥମ ନିର୍ବାଚନ। କାରଣ ଏହି ଦୁଇଟି ମୁଦ୍ଦାକୁ ନେଇ ମୁଖ୍ୟ ପ୍ରସଙ୍ଗ କରାଯାଇଥିଲା ଏହି ୫ଟି ଆସନରେ। ଲୁଧିଆନା ଓ୍ୱେଷ୍ଟରେ ବିଜେପି ଓ ଆପ୍ ଭିତରେ କଡ଼ା ମୁକାବିଲା ହୋଇଛି। ଆମ ଆଦମୀ ଦଳର ରାଜୀବ ଅରୋରା ଭଲ ପ୍ରଦର୍ଶନ କରିଛନ୍ତି। ଗୁଜରାଟର କଡ଼ି ଆସନରୁ ରାଜେନ୍ଦ୍ର କୁମାର ଦାନେଶ୍ୱର ଚାଓ୍ୱଡା ଆଗୁଆ ଥିଲେ। ବିସାବଦର ଆସନରୁ କିରିଟ ପଟେଲ ପଛୁଆ ରହିଥିଲେ। କେରଳରେ କଂଗ୍ରେସ ଆଗରେ ରହିଛି। ନିଲାମ୍ୱୁର ଆସନରୁ ୟୁଡିଏଫ ପ୍ରାର୍ଥୀ ତଥା କଂଗ୍ରେସର ଆର୍ଯ୍ୟଦାନ ସୌକତ ଗଣତିରେ ଆଗୁଆ ଥିଲେ। ସିପିଆଇଏମର ଏମ.ସ୍ୱରାଜ ପଛୁଆ ଅଛନ୍ତି। ପଶ୍ଚିମବଙ୍ଗର କାଲିଗଞ୍ଜ ଆଶନରୁ ଟିଏମସିର ଅଲିଫା ଅହମ୍ମଦ ପ୍ରଥମ ରାଉଣ୍ଡରୁ ହିଁ ଆଗରେ ରହିଛନ୍ତି। ଏହାକୁ ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ସକ୍ଷମ ହେବେ କି ନାହିଁ ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ଗୁଜରାଟର ବିସାବଦର ଓ ପଞ୍ଜାବରେ ଆପ୍ ଆଗରେ ରହିଥିଲା ବେଳେ କଡ଼ିରେ ବିଜେପି, କେରଳରେ କଂଗ୍ରେସ ଓ ବଙ୍ଗରେ ଟିଏମସି ଆଗୁଆ ଥିଲେ। ଏହି ୫ଟି ସିଟରେ ଜୁନ୍ ୧୯ରେ ଭୋଟିଂ ହୋଇଥିଲା। ଲୁଧିଆନା ଓ୍ୱେଷ୍ଟ ଓ ଗୁଜରାଟର ବିସାବଦର ଆସନ ଆପ୍ ହାତରେ ଥିଲା। ଗୁଜରାଟର କଡ଼ି ଆସନ ବିଜେପି ହାତରେ ଥିଲା। ସେହିଭଳି କେରଳର ନୀଲାମ୍ୱୁର ଏଲଡିଏଫ ଓ ପଶ୍ଚିମବଙ୍ଗର କାଳିଗଞ୍ଜ ଟିଏମସି ହାତରେ ଥିଲା। ଭୋଟ ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ କି, ସମସ୍ତେ ନିଜ ନିଜ ଆସନ ପୁଣି କାଏମ ରଖିବାକୁ ସକ୍ଷମ ହେଲେ ନା କିଏ କାହା ହାତରୁ ଆସନ ଛଡ଼ାଇନେଲା। ଲୁଧିଆନା ଓ୍ୱେଷ୍ଟରୁ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରାଙ୍କୁ ଟିକଟ ଦେଇଥିଲା। ଏହି ଆସନରୁ ସଞ୍ଜୀବ ଜିତିବା ପରେ ଏବେ ରାଜ୍ୟସଭାରୁ ଇସ୍ତଫା ଦେବେ। ଆଉ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପଞ୍ଜାବରୁ ରାଜ୍ୟସଭା ପଠାଯାଇପାରେ ବୋଲି ଆକଳନ କରାଯାଉଛି। କେରଳର ନୀଲାମ୍ୱୁର ଆସନ ୨୦୨୧ରେ ବାମପନ୍ଥୀ ଲୋକତାନ୍ତ୍ରିକ ମୋର୍ଚ୍ଚା ବା ଏଲଡିଏଫ ସମର୍ଥନରୁ ପି.ବି. ଅନଓ୍ୱର ଜିତିଥିଲେ। ୨୦୨୪ ସେପ୍ଟେମ୍ୱରରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ଏଲଡିଏଫ ଭିତରେ ମତଭେଦରୁ ଜାନୁଆରୀ ୧୩, ୨୦୨୫ରେ ଅନଓ୍ୱର ଏହି ଆସନରୁ ଇସ୍ତଫା ଦେଇଥିଲେ। ଏହା ପରେ ଅନଓ୍ୱର ଟିଏମସିରେ ସାମିଲ୍ ହୋଇଯାଇଥିଲେ। ଉପନିର୍ବାଚନରେ ଟିଏମସି ଅନଓ୍ୱରଙ୍କୁ ପ୍ରାର୍ଥୀ କରିଥିଲା। ସେପଟେ କଂଗ୍ରେସରୁ ଆର୍ଯ୍ୟଦାନ ସୌକତ, ସିପିଆଇଏମରୁ ଏମ.ସ୍ୱରାଜ ଓ ବିଜେପି ପକ୍ଷରୁ ମାଇକେଲ ଜର୍ଜ ନିର୍ବାଚନ ଲଢ଼ିଥିଲେ। କାଲିଗଞ୍ଜର ଟିଏମସି ବିଧାୟକ ନସିରୁଦ୍ଦିନ ଅହମ୍ମଦଙ୍କ ହୃଦଘାତରେ ଫେବୃଆରୀ ୨, ୨୦୨୫ରେ ପରଲୋକ ଘଟିଥିଲା। ଟିଏମସି ଏହି ଆସନରୁ ତାଙ୍କ ଝିଅ ଅଲିଫା ଅହମ୍ମଦଙ୍କୁ ଲଢ଼ାଇଥିଲା ଉପନିର୍ବାଚନ। କଂଗ୍ରେସ କାବିଲ ଉଦ୍ଦିନ ଶେକଙ୍କୁ ପ୍ରାର୍ଥୀ କରିଥିଲା ବେଳେ ତାଙ୍କୁ ସମର୍ଥନ କରିଥିଲା ସିପିଆଇଏମ। ବିଜେପି ଏଠାରୁ ଆଶୀଷ ଘୋଷଙ୍କୁ ପ୍ରାର୍ଥୀ କରିଥିଲା। ଲୁଧିଆନା ଓ୍ୱେଷ୍ଟ ଆସନରେ ଆପ୍ ବିଧାୟକ ଗୁରପ୍ରୀତ ବସି ଗୋଗିଙ୍କ ଚଳିତ ବର୍ଷ ଜାନୁଆରୀରେ ପରଲୋକ ଘଟିଥିଲା। ଆପ୍ ଏହି ଆସନରୁ ଉପନିର୍ବାଚନ ଲଢ଼ିବାକୁ ୨୦୨୨ରେ ରାଜ୍ୟସଭା ଯାଇଥିବା ସଞ୍ଜୀବ ଅରୋରାଙ୍କୁ ଟିକଟ ଦେଇଥିଲା। କଂଗ୍ରେସ ଏହି ଆସନରୁ ପୂର୍ବତନ ମନ୍ତ୍ରୀ ତଥା ପଞ୍ଜାବ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାରତଭୂଷଣ ଆଶୁଙ୍କୁ ମୈଦାନକୁ ଓହ୍ଲାଇଥିଲା। ଗୁଜରାଟରେ କଡି ସିଟ ବିଜେପି ବିଧାୟକ କରସନଭାଇ ସୋଲଙ୍କିଙ୍କ ପରଲୋକ ପରେ ଖାଲି ପଡ଼ିଥିଲା। ସେହିଭଳି ବିସାବଦରରୁ ଆପ୍ ବିଧାୟକ ଭୁପେନ୍ଦ୍ରଭାଇ ଗଣ୍ଡୁଭାଇ ଭାୟାନୀ ଡିସେମ୍ୱର ୨୦୨୩ରେ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ସେବେଠୁ ଏହି ଆସନ ଖାଲି ପଡ଼ିଥିଲା। ଏଠାରେ ଉପନିର୍ବାଚନରେ ଆପ୍ ଗୋପାଳ ଇଟାଲିଆଙ୍କୁ ପ୍ରାର୍ଥୀ କରିଥିଲା ବେଳେ କଂଗ୍ରେସ ଓ ଆପ୍ ମେଣ୍ଟ କରିଛି। ବିଜେପିରି କିରିଟ ପଟେଲ ମୈଦାନକୁ ଓହ୍ଲାଇଥିଲେ।

Ludhiana, India – June 04, 2025: General Observer and others senior ECI officials supervise training sessions on Wednesday and issue directions to ensure free fair and transparent by-elections in Ludhiana, June 04, 2025. (Photo Hindustan Times)

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *