୧୨ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ ଆରଆଇ ଓ ଅମିନ

ଭିଜିଲାନ୍ସ ଜାଲରେ ପଡ଼ିଲେ ଉଭୟ ଆରଆଇ ଓ ଅମିନ। କଟକ ଜିଲ୍ଲା କନ୍ଦରପୁର ତହସିଲର ଆରଆଇ ମନୋଜ ବେହେରା ଓ ଅମିନ ବିଚିତ୍ରାନନ୍ଦ ଶତପଥୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଚାଷ ଜମିକୁ ଘରବାରି କିସମକୁ ପରିବର୍ତ୍ତନ ଲାଗି ୧୨ହଜାର ଟଙ୍କା ଲାଞ୍ଚ ନେଲାବେଳେ ଉଭୟ ଧରାପଡ଼ିଛନ୍ତି। କନ୍ଦରପୁର ରେଭିନ୍ୟୁ ଅଫିସ ପାଖରେ ଜଣେ ଦୋକାନୀ ମାଲିକଙ୍କଠୁ ଏହି ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଉଭୟ। ମାସେରୁ ଅଧିକ ସମୟ ଧରି ପଟ୍ଟା ପାଇଁ ଜରୁରୀ ରିପୋର୍ଟ ଦେବା ଲାଗି ଧାଉଁଥିଲେ ଦୋକାନୀ ଜଣକ। କିନ୍ତୁ ତାଙ୍କ ଆବେଦନକୁ ଆଗକୁ ବଢ଼ାଇବା ଓ ତାଙ୍କ ସପକ୍ଷରେ ରିପୋର୍ଟ ଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମନୋଜ ଓ ବିଚିତ୍ରାନନ୍ଦ। ଉପାୟଶୂନ୍ୟ ହୋଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହି ଟ୍ରାପ୍ ପରେ ଆରଆଇ ମନୋଜଙ୍କ ୩ଟି ଠିକଣାରେ ଓ ଅମିନ ବିଚିତ୍ରାନନ୍ଦଙ୍କ ୨ଟି ଠିକଣାରେ ଚଢ଼ାଉ ଚାଲିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *