ଆଇନଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଏସଆଇଟି ଗଠନ କରିଛନ୍ତି ସରକାର। ଏସଆଇଟିରେ ୫ ଜଣ ସଦସ୍ୟ ଅଛନ୍ତି। ଏସିପି ପ୍ରଦୀପ କୁମାର ଘୋଷାଲଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ ହେବ। ସାଉଥ୍ କୋଲକାତା ଲ କଲେଜରେ ଜୁନ୍ ୨୫ ସଂଧ୍ୟାରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଏହି କମିଟି ତଦନ୍ତ କରିବ। ୩ ଅଭିଯୁକ୍ତ ମନୋଜିତ ମିଶ୍ର, ଜୈବ ଅହମ୍ମଦ ଓ ପ୍ରମିତ ମୁଖୋପାଧ୍ୟାୟଙ୍କୁ ପୁଲିସ ଜୁଲାଇ ପହିଲା ଯାଏ ରିମାଣ୍ଡରେ ନେଇଛି। ସେପଟେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବି ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି। ଏହି କମିଟି ଘଟଣାସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦେବ। କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତପାଲ ସିଂ, ମିନାକ୍ଷୀ ଲେଖି ଓ ଦୁଇ ସାଂସଦ ବିପ୍ଳବ ଦେବ, ମନନ ମିଶ୍ର ଅଛନ୍ତି। ଏହି କମିଟି ଖୁବଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ନଡ୍ଡାଙ୍କୁ ରିପୋର୍ଟ ଦେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର।


Naxatra News is now on Whatsapp
Join and get latest news update delivered to you via whatsapp
Join Now