୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୧୭କୁ ଅରେଞ୍ଜ…


ଭୁବନେଶ୍ୱର: ଆଜି ସକାଳ ୮.୩୦ ସମୟରେ ସୁଦୃଶଃ –ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଗୋଟିଏ ଅବପାତରେ ପରିଣତ ହୋଇଛି । ଏହା ବର୍ତ୍ତମାନ ଓଡିଶା ଉପକୂଳ ପାଶ୍ୱର୍ବର୍ତ୍ତୀ ୨୦.୮ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୫.୬ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ଭୁବନେଶ୍ୱର ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଆଜି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ୪ ଟି ଜିଲାକୁ ରେଡି ୱାର୍ଣ୍ଣିଂ, ୧୭ ଜିଲ୍ଲାକୁ ଅରେଞ୍ଜ ଓ ୯ ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅବପାତ ପ୍ରଭାବରେ ଓଡ଼ିଶାର ସମସ୍ତ ବନ୍ଦର, ପାରାଦୀପ, ପୁରୀ, ଚାନ୍ଦବାଲି/ଧାମରା ଏବଂ ଗୋପାଳପୁର ପାଇଁ ଜାରି ହେଲା ୩ ନମ୍ବର ବିପଦ ସଂକେତ । ଆଜିଠୁ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଅତିପ୍ରବଳ ବର୍ଷା ପ୍ରଭାବରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭବନା ରହିଛି। ତଳିଆ ଅଞ୍ଚଳ, ଅଣ୍ଡରପାସ୍ ରୋଡରେ ଜଳବନ୍ଦୀ ଅବସ୍ଥା ହେବା ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ କଚ୍ଚା ରାସ୍ତା ଓ କଚ୍ଚା ଘର ପ୍ରଭାବିତ ହେବା ସହ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କା କରାଯାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସକ୍ରୀୟ ମୌସୁମୀ ତଥା ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ନବରଙ୍ଗପୁର ଜିଲ୍ଲା କୁସୁମଗୁଡା ଠାରେ ସର୍ବାଧିକ ବର୍ଷା ୧୬୧ ମିଲିମିଟର ରେକର୍ଡ କରାଯାଇଛି । ରାଜ୍ୟରେ ୮ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୪୪ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ପରେ ପୁଣି ୧୩ ତାରିଖରୁ ବର୍ଷାର ପରିମାଣ ବଢିବ। ମହାନଦୀ ଉପର ଓ ତଳ ଅବବାହିକାରେ ଅଧିକ ବର୍ଷା ହୋଇଛି । ନଦୀ ସ୍ତର ବତ୍ତମାନ ଫୁଲିବାରେ ଲାଗିଛି। ୧୩ ରୁ ପୁଣି ଲଘୁଚାପ ବର୍ଷା ହେଲେ ବନ୍ୟା ପରିସ୍ଥିତି ସବୁଠି ଉପୁଜିବ। ଗତ ଦୁଇ ଦିନ ପ୍ରବଳ ବର୍ଷାରେ ମାଲକାନଗିରିରେ ଆକସ୍ମିକ ବନ୍ୟା ସ୍ଥିତି ଦେଖାଦେଇଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ନାଗାବଳୀ, ବଂଶଧାରା, ଋଷିକୂଲ୍ୟା ନଦୀ ଫୁଲିବାରେ ଲାଗିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *