ମହାରାଷ୍ଟ୍ରରେ ହିନ୍ଦୀ- ମରାଠୀ ଭାଷା ବିବାଦ ତେଜିଛି। ବିହାର ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନକୁ ନେଇ ରାଜନୀତି ତେଜିଛି। ମହାରାଷ୍ଟ୍ରରେ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ଟାର୍ଗେଟକୁ ନେଇ ନିଶିକାନ୍ତ ଦୁବେ ଓ ମହାରାଷ୍ଟ୍ର ନବନିର୍ମାଣ ସେନା ରାଜ ଠାକରେଙ୍କ ଭିତରେ ବିବାଦ ତେଜିଛି। ଦୁହେଁ ପରସ୍ପରକୁ ନିଶାନା ଲଗାଇଛନ୍ତି। ପଟକ୍ ପଟକ୍ କରି ମାରିବି ବୋଲି ଗୋଣ୍ଡା ସାଂସଦ ନିଶିକାନ୍ତ ଦୁବେ କହିଥିଲେ। ନିଶିକାନ୍ତ କହିଥିଲେ, ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମାରିବା ବାଲାର ଯଦି ହିମତ ଅଛି। ମହାରାଷ୍ଟ୍ରରେ ଉର୍ଦ୍ଦୁ ଭାଷୀ ଲୋକଙ୍କୁ ମାରିକି ଦେଖାଅ। ତାମିଲ ଓ ତେଲୁଗୁ ଲୋକଙ୍କୁ ମାରିକି ଦେଖାଅ। ଯଦି ବହୁତ ବଡ଼ ବସ୍, ଦେଖିବ ବିହାର,ୟୁପି, ତାମିଲନାଡ଼ୁରେ ତୁମକୁ ତଳେ ଗଡ଼ାଇ ଗଡଡାଇ ମାରିବେ। ଏହାର ଜବାବରେ ରାଜ ଠାକରେ ସମୁଦ୍ରରେ ବୁଡ଼ାଇ ବୁଡ଼ାଇ ମାରିବି ବୋଲି କହିଛନ୍ତି। ମୁମ୍ୱାଇ ଆସିବାକୁ ଚ୍ୟାଲେଞ୍ଜ୍ ଦେଇଛନ୍ତି ନିଶିକାନ୍ତଙ୍କୁ। ମହାରାଷ୍ଟ୍ରରେ କେହି ବି ମରାଠୀଙ୍କୁ ଅପମାନ କଲେ, ତାଙ୍କ ଗାଲକୁ ସେ ଜୋତାରେ ସେକିବେ। ମହାରାଷ୍ଟ୍ର ମୀରା ରୋଡରେ ଯାହା କିଛି ହେଲା, ଯାହାକୁ ପିଟାଗଲା, ଉଚିତ୍ ଥିଲା। ମହାରାଷ୍ଟ୍ର ଷ୍ଟାଇଲରେ ଜବାବ ଦିଆଗଲା। ମହାରାଷ୍ଟ୍ରରେ ରହୁଛ ତ ଶାନ୍ତିରେ ରୁହ, ମରାଠୀ ଶିଖ। ତୁମ ସହ କୌଣସି ଝଗଡ଼ା ନାହିଁ। କିନ୍ତୁ ମସ୍ତି କଲେ ମହାରାଷ୍ଟ୍ର ଷ୍ଟାଇଲରେ ବୁଝାଇଦେବୁ। କିଛି ଗୁଜରାଟି ନେତା ଓ ବେପାରୀଙ୍କ ପ୍ଲାନ୍ ଥିଲା, ମୁମ୍ୱାଇ ଓ ମହାରାଷ୍ଟ୍ର ଭିତରେ ଭେଦଭାବ ଆଣିବାକୁ। ମହାରାଷ୍ଟ୍ରରେ ରହିବାକୁ ହେଲେ ମରାଠୀ ଭାଷା କହିବା ବାଧ୍ୟତାମୂଳକ। ଏଭଳି ଚାପ ପକାଇ ଅନେକ ଲୋକଙ୍କୁ ଆକ୍ରମଣର ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏମଏନଏସ, ଶିବସେନା(ୟୁବିଟି) ସଦସ୍ୟ ଏଭଳି ଆଚରଣ କରିବାରେ ଲାଗିଛନ୍ତି। ଏହାକୁ ନେଇ କ୍ଷୁବ୍ଧ ହୋଇଉଠିଥିଲେ ନିଶିକାନ୍ତ। ରାଜଙ୍କ ଏଭଳି ବୟାନ ପରେ ନିଶିକାନ୍ତ କହିଛନ୍ତି, ସେ ରାଜଙ୍କୁ ହିନ୍ଦୀ ଶିଖାଇଦେଲେ। ଶିବସେନା ବିଧାୟକ ସଞ୍ଜୟ ସିରସତ କହିଛନ୍ତି, ମହାରାଷ୍ଟ୍ରରେ ମରାଠୀ ବାଧ୍ୟ। ମରାଠୀ ଶିଖିବା ଜରୁରୀ ଓ କହିବା ଜରୁରୀ। ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି, ଦୁବେଙ୍କ ଦାଢ଼ି କାଟିଦେବୁ। ହିନ୍ଦୀ ଆମର ମା ଓ ମରାଠୀ ଆମର ମାଉସୀ। ମରାଠୀ-ହିନ୍ଦୀ ବିବାଦ ଘନେଇଛି। ଆଉ ଏହାକୁ ତାଳ ଦେଇ ରାଜନୀତି ବି ଘମାସାନ ହେଲାଣି।

Naxatra News is now on Whatsapp
Join and get latest news update delivered to you via whatsapp
Join Now