୫୦ ବର୍ଷର ପୁରୁଣା ବିମାନ- ନେଇଗଲା ୪୯ ଜୀବନ

ଋଷରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତରୁ କ୍ରିଉ ମେମ୍ୱରଙ୍କ ସମେତ ସମସ୍ତ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। ୪୯ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍ କରିଛି। ଋଷର ଅଙ୍ଗାରା ଏୟାରଲାଇନ୍ସର ଯାତ୍ରୀ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ସମ୍ପର୍କ ବିଛିନ୍ନ ହୋଇଯାଇଥିଲା। ବିମାନ କ୍ରାସ୍ ପରେ ସେଥିରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଋଷର ସିଭିଲ ଡିଫେନ୍ସ ଓ ଅଗ୍ନିଶମ ଟିମ୍ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା। ଏୟାର ଟ୍ରାଫିକ କଣ୍ଟ୍ରୋଲ୍ ବା ଏଟିସି ସହ ବିମାନର ସମ୍ପର୍କ ଋଷ ଓ ଚୀନ୍ ସୀମାରେ ବିଛିନ୍ନ ହୋଇଯାଇଥିଲା। ଆଗ ଖବର ଆସିଥିଲା ଯେ, ବିମାନର ଖୋଜଖବର ମିଳୁନି। ସାଇବେରିଆସ୍ଥିତ ଅଙ୍ଗାରା ଏୟାରଲାଇନ୍ସର ଆଣ୍ଟୋନୋଭ୍-୨୪ ବିମାନ ଥିଲା। ଏହି ବିମାନ ବଲାଗେବେଶ୍‌ଞ୍ଚେସ୍କରୁ ଚୀନ ସୀମାରେ ଅବସ୍ଥିତ ଅମୁର କ୍ଷେତ୍ରର ଟାଇଁଣ୍ଡା ଏୟାରପୋର୍ଟକୁ ଯାଉଥିଲା। ବିମାନରେ ୪୩ ଯାତ୍ରୀଙ୍କ ଭିତରେ ୫ଜଣ ପିଲା ବି ଥିଲେ। ଏହା ସହ ୬ ଜଣ କ୍ରୁମେମ୍ୱର ଥିଲେ। ଯେଉଁ ସମୟରେ ଏଟିସି ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା, ଗନ୍ତବ୍ୟ ସ୍ଥଳରୁ ମାତ୍ର ଅଳ୍ପ ଦୂରରେ ଥିଲା ବିମାନ। ଟାଇଁଣ୍ଡା ଏୟାରପୋର୍ଟ ନିର୍ଦେଶକ କହିଛନ୍ତି, ବିମାନ କ୍ରାସ ମାତ୍ରେ ସେଥିରେ ନିଆଁ ଲାଗିଯାଇଥିଲା। ବିମାନର ଅବଶେଷ ଟିଣ୍ଡା ଏୟାରପୋର୍ଟରୁ ପ୍ରାୟ ୧୫ କିଲୋମିଟର ଦୂରରେ ଏକ ପାହାଡ଼ି ଜଙ୍ଗଲରେ ମିଳିଥିଲା। ଏକ ଏମଆଇ-୮ ହେଲିକେପ୍ଟରର କ୍ରୁ ଅଞ୍ଚଳରେ ଏରିଏଲ ସର୍ଭେ ପରେ ଜଣାଇଥିଲେ ଯେ, ଏଭଳି ଦୁର୍ଘଟଣାରେ ଆଉ କେହି ଜୀବିତ ନଥିବେ। ଏହି ବିମାନଟି ୫୦ ବର୍ଷ ତଳର ପୁରୁଣା। ବୈଷୟିକ ତୃଟି ନା ମାନବୀୟ ତୃଟି ଲାଗି ଏତେବଡ଼ ଦୁର୍ଘଟଣା ଘଟିଲା, ତାହାର ଛାନଭିନ୍ ଆରମ୍ଭ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ-୨୪ ମଡେଲର ଥିଲା। ସୋଭିଏତ ସମୟରେ ଅର୍ଥାତ୍ ୧୯୫୦ ଦଶକର ଶେଷ ଆଡ଼କୁ ଏହାର ଡିଜାଇନ୍ କରାଯାଇଥିଲା। ଏହି ବିମାନ ୧୯୭୬ରେ ତିଆରି ହୋଇଥିଲା। କଠୋର  ଓ ପ୍ରତିକୂଳ ପରିସ୍ଥିତିରେ ବି ଏହା ଉଡ଼ାଣ ଭରିବାରେ ସକ୍ଷମ ଥିଲା। ବିଶେଷ କରି ଦୂରଦୂରାନ୍ତ କ୍ଷେତ୍ର ଲାଗି ଏହାକୁ ବ୍ୟବହାର କରାଯାଉଥିଲା। ଋଷରେ ଜୁଲାଇ ୨୦୨୧ ପରେ ଏହା ପ୍ରଥମ ବଡ଼ ବିମାନ ଦୁର୍ଘଟଣା ଅଟେ। ଏମିତିରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ପଶ୍ଚିମି ଦେଶ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକରୁ ଋଷର ବିମାନସେବା ବେଶୀ ପ୍ରଭାବିତ ହୋଇଛି। ବିମାନ ଲାଗି ଜରୁରୀ ସ୍ପେୟାର ପାର୍ଟ୍ସ କମ୍ ଥିବାରୁ ବୈଷୟିକ ତୃଟି ସାମ୍ନାକୁ ଆସିବାରେ ଲାଗିଛି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *