ରିଲାଏନ୍ସ ଅନିଲ ଅମ୍ବାନୀ ଗୃପର କମ୍ପାନିଗୁଡ଼ିକ ବିରୋଧରେ ମନି ଲଣ୍ଡରିଂର ଅଭିଯୋଗ ପରେ ଗୁରୁବାର ଇଡି ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚରେ ଅନିଲ ଅମ୍ବାନୀଙ୍କ ସହିତ ଜଡ଼ିତ ଥିବା ୪୮ରୁ ୫୦ଟି ସ୍ଥାନ ଉପରେ ଚଢ଼ାଉ କରିଛି ଇଡ଼ି। ତଦନ୍ତରୁ ଜଣାପଡିଛି ଯେ ଏହି କମ୍ପାନୀଗୁଡ଼ିକ ବ୍ୟାଙ୍କରୁ ଋଣ ନେଇ ଟଙ୍କାର ଅପବ୍ୟବହାର କରିଥିଲେ। ଋଣ ଟଙ୍କାଗୁଡ଼ିକୁ ରିଲାଏନ୍ସ ଅନିଲ ଅମ୍ବାନୀ ଗୃପର କମ୍ପାନୀ ଗୁଡ଼ିକ ଅନ୍ୟ କମ୍ପାନାକୁ ପଠାଇବା ସହିତ ସାଧାରଣ ଲୋକ, ନିବେଶକ ଏବଂ ସରକାରୀ ସଂସ୍ଥାଗୁଡ଼ିକ ସହିତ ଠକେଇ କରିଥିଲେ। ଇଡି କାର୍ଯ୍ୟାନୁଷ୍ଠାନ ନ୍ୟାସନାଲ ହାଉସିଂ ବ୍ୟାଙ୍କ, ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ, ନ୍ୟାଶନାଲ ଫାଇନାନ୍ସିଆଲ ରିପୋର୍ଟିଂ ଅଥରିଟି, ବ୍ୟାଙ୍କ ଅଫ ବରୋଦା ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ଦାୟର ଦୁଇଟି ଏଫଆଇଆର ସମେତ ବହୁ ନିୟାମକ ଏବଂ ଆର୍ଥିକ ସଂସ୍ଥାରୁ ପ୍ରାପ୍ତ ଇନପୁଟ ଉପରେ ଆଧାରିତ। ଇଡିର ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି ଯେ ୨୦୧୭ ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କରୁ ୩୦୦୦ କୋଟି ଟଙ୍କାର ଋଣ ନିଆଯାଇଥିଲା, ଯାହାକୁ ପରେ ଅନ୍ୟ କମ୍ପାନିଗୁଡ଼ିକୁ ପଠାଇ ଦିଆଯାଇଥିଲା। କେବଳ ଏତିକି ନୁହେଁ, ଋଣ ପାସ୍ କରିବା ପାଇଁ ୟେସ୍ ବ୍ୟାଙ୍କ ଅଧିକାରୀ ଏବଂ ପ୍ରମୋଟରମାନଙ୍କୁ ଲାଞ୍ଚ ଦେବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ୟେସ୍ ବ୍ୟାଙ୍କ ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପର କମ୍ପାନୀଗୁଡ଼ିକୁ ଋଣ ଦେବା ସମୟରେ ନିଜ ନିୟମ ଉଲ୍ଲଂଘନ କରିଛି। ଋଣ ସହିତ ଜଡିତ ସମସ୍ତ ଆବଶ୍ୟକୀୟ କାଗଜପତ୍ର ପୁରୁଣା ସମୟରେ ପ୍ରସ୍ତୁତ କରାଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now