ଜାଲି ଜବକାର୍ଡ ଧରିବାକୁ ଏଥର ଆରମ୍ଭ ହେବ ଇ-କେଓ୍ୱାଇସି। ୩ ମାସର ମହଲତ ଦିଆଯାଇଛି। ଯେଉଁ ଜବକାର୍ଡଧାରୀ ଇକେଓ୍ୱାଇସି କରିବେନି, ସେମାନଙ୍କ ନାଁ କଟିବ। ଏଭଳି ଚେତାବନୀ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ସରକାରଙ୍କ ସାମ୍ନାକୁ ଅନେକ ନକଲି ଜବକାର୍ଡ ଆସିବା ପରେ ଏଭଳି ଧରପଗଡ଼ ଲାଗି ନିଷ୍ପତ୍ତି ନିଆଯାଇଛି। ଏହା ସହ ଅତୀତ ସରକାର ଅମଳରେ ଏହି ଘୋଟାଲା ହୋଇଥିବାରୁ ଯିଏ ଶ୍ରମିକଙ୍କ ପାଉଣା ବାଟମାରଣା କରୁଥିଲେ, ସେମାନଙ୍କୁ ଛଡ଼ାଯିବନି। ଫେକ୍ ଜବକାର୍ଡକୁ ନେଇ ବିଜେଡି ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ବର୍ଷେ ହେଲାଣି। ନୂଆ ସରକାରଙ୍କ କୌଣସି ବିଭାଗ ଉପରେ କାବୁ ନାହିଁ। ପଞ୍ଚାୟତିରାଜ ମନ୍ତ୍ରୀ ବାହାସ୍ଫୋଟ ମାରୁଛନ୍ତି। ଓଡ଼ିଶା ନକଲି ଜବକାର୍ଡ ନେଇ ବଦନାମ ହେଲାଣି। ବିଭାଗୀୟ ମନ୍ତ୍ରୀ କଥା ନୁହେଁ, କାମରେ ଦେଖାନ୍ତୁ। କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ କହିଛନ୍ତି, ଫେକ୍ ଜବକାର୍ଡଧାରୀଙ୍କୁ ଚିହ୍ନଟ କରାଯାଉ। ଯେମିତି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେନି। ଅନେକ ଯୋଗ୍ୟ ହିତାଧିକାରୀ କାର୍ଡ ନ ପାଇ ବଡ଼ବଡ଼ିଆଙ୍କ ନାଁରେ କେମିତି ଜବକାର୍ଡ ଗଡ଼ୁଛି। ଏହାର ତଦନ୍ତ କରି ଆକ୍ସନ ନେବା ଉଚିତ। ଫେକ୍ ଜବକାର୍ଡ ଧରପଗଡ଼ ହେବ। ଆଉ ଏଥିଲାଗି ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ ଆକ୍ସନ ହେବ ବୋଲି କହିଲେଣି ମନ୍ତ୍ରୀ। କିନ୍ତୁ ଏହାର ବାସ୍ତବତା କେତେ, ତାକୁ ନେଇ ପ୍ରଶ୍ନ ଉଠୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now