ଧନକଡ଼ ଲାପତ୍ତା- କେଉଁଠି ଅଛନ୍ତି ଶାହା କୁହନ୍ତୁ : କପିଲ ଶିବଲ

କୁଆଡ଼େ ଗଲେ ଧନକଡ଼। ଜୁଲାଇ ୨୨ରୁ ଜଗଦୀପ ଧନକଡ଼ ସ୍ୱାସ୍ଥ୍ୟଗତ ସମସ୍ୟାର ଆଳ ନେଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଦେଲେ। ଧନକଡ଼ କେଉଁଠି ଚିକିତ୍ସା ହେଉଛନ୍ତି। ନା ତାଙ୍କ ସହ ଯୋଗାଯୋଗ ହୋଇପାରୁଛି ନା ପରିବାର ପକ୍ଷରୁ କିଛି ସୂଚନା ମିଳୁଛି। ଲାଗୁଛି, ଏବେ ଧନକଡ଼ଙ୍କ ସୁରକ୍ଷା ଲାଗି ବିରୋଧୀ ଦଳ ଆଗେଇ ଆସିବା ଦରକାର। ଏ କଥା କହିଛନ୍ତି ରାଜ୍ୟସଭା ସାଂସଦ କପିଲ ଶିବଲ। କାରଣ ଇସ୍ତଫା ଦିନ ହିଁ ସେ ଫୋନ୍ କରିଥିଲେ। କିନ୍ତୁ ସେ ବିଶ୍ରାମ ନେଉଛନ୍ତି କହି ତାଙ୍କ ପ୍ରାଇଭେଟ ସେକ୍ରେଟାରୀ ଫୋନ୍ ରଖିଦେଲେ। ପରେ କେହି ଫୋନ୍ ଉଠାଉନାହାନ୍ତି। ଗୃହ ମନ୍ତ୍ରୀ ଜାଣିଥିବେ। ଧନକଡ଼ ସୁସ୍ଥ ଅଛନ୍ତି ବୋଲି ଦେଶବାସୀ ବି ଜାଣିବା ଜରୁରୀ। ଭାରତ ଇତିହାସରେ କେବେ ବି ଏମିତି ହୋଇନି। ଅଚାନକ ଇସ୍ତଫା ଦେବା ପରେ ଏବେ ଧନକଡ଼ କେଉଁଠି କେହି ଜାଣନ୍ତିନି। ଧନକଡ଼ଙ୍କ ପରିବାର ପକ୍ଷରୁ କି ସମ୍ପର୍କୀୟଙ୍କ ପକ୍ଷରୁ କୌଣସି ସୂଚନା ବି ଆସୁନି। ସେ ତାଙ୍କର ଭଲ ବନ୍ଧୁ ଥିଲେ। ସେଥିଲାଗି ତାଙ୍କ ସ୍ୱାସ୍ଥ୍ୟ, ସ୍ଥିତି ଓ ଅବସ୍ଥିତିକୁ ନେଇ ଚିନ୍ତିତ ବୋଲି କହିଛନ୍ତି ଶିବଲ। ନିଜ ସରକାରୀ ବାସଭବନରେ ତ ସେ ନାହାନ୍ତି। ସେପ୍ଚେମ୍ୱରରେ ଯାଇ ଉପରାଷ୍ଟ୍ରପତି ନିର୍ବାଚନ। ତା ପୂର୍ବରୁ ସେ କେଉଁଠି ଅଛନ୍ତି, ଅନ୍ତତଃ ଜାଣିଲେ ଭେଟିପାରନ୍ତେ। ଲାପତ୍ତା ଲେଡିଜ୍ ଫିଲ୍ମ କଥା ସେ ଜାଣିଛନ୍ତି। କିନ୍ତୁ ଲାପତ୍ତା ଉପରାଷ୍ଟ୍ରପତି ଏବେ କେଉଁଠି।  ଗଣତନ୍ତ୍ର ରାଷ୍ଟ୍ରରେ ଲୋକେ ତାଙ୍କ ବାବଦରେ ଜାଣିବା ଦରକାର ବୋଲି ଅପିଲ କରିଛନ୍ତି କପିଲ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *