ବିସ୍ଥାପିତଙ୍କ ଲାଗି ବିକଳ୍ପ ବାଟ

ବିସ୍ଥାପିତଙ୍କ ଲାଗି ବିକଳ୍ପ ସୁଯୋଗ। ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବାକୁ ଯାଉଛନ୍ତି ସରକାର। କ୍ଷତିଗ୍ରସ୍ତ ଚାହିଁଲେ କ୍ଷତିପୂରଣ ବଦଳରେ ପ୍ରକଳ୍ପରେ ଅଂଶୀଦାର ରହିପାରିବେ। ପ୍ରକଳ୍ପ ପାଇଁ ଆଉ ଏଣିକି ସବୁଦିନ ଲାଗି ଜମିହରା ହେବେନି ବିସ୍ଥାପିତ। ଜମି ବଦଳରେ ଜମି ବି ଯୋଗାଇଦେବେ ସରକାର। ଟଙ୍କା ଦେଲେ ଖର୍ଚ୍ଚ ହୋଇଯାଉଛି। ଜନଜାତିଙ୍କ ଇଛା ଜମି ବଦଳରେ ଜମି। ପ୍ରକଳ୍ପରେ ଅଂଶୀଦାର ସାଜି ସମାନୁପାତିକ ଲାଭ ବି ପାଇପାରିବେ। ଲୋକେ ଯେଉଁ ବିକଳ୍ପ ବାଛିବେ, ସରକାର ସେହି ଅନୁସାରେ କାମ କରିବେ। ସରକାର ଆଉ କାହା ଉପରେ ନିଷ୍ପତ୍ତି ଲଦିବେନି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ନୂଆ ବିସ୍ଥାପନ ନୀତିକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଜମି ବଦଳରେ ଜମି କଥା କହୁଛନ୍ତି ସରକାର। କିନ୍ତୁ ପ୍ରଶ୍ନ ଭିଟାମାଟି କିଏ କାହିଁକି ଛାଡ଼ିବ। କାହିଁକି ନିଜର ମୂଲ୍ୟବାନ ଜମି ଦେବେ। ସୁନ୍ଦରଗଡ଼ରେ ଜମିହରାଙ୍କୁ ବୁଲଡୋଜର ଲଗାଇଲେ। ସିଜୁମାଳିରେ ଗିରଫ କରାଗଲା। ମୟୂରଭଞ୍ଜ କୁସୁମୀରେ ଖଣି ପାଇଁ ଲୋକଙ୍କୁ ମାଡ଼ ମାରିଲେ। ଗ୍ରାମସଭା ନାମକୁ ମାତ୍ର ହେଉଛି। ନିପନ ଆନ୍ଧ୍ର ମୁହାଁ। ଇଭି କମ୍ପାନୀ ପଲାଇଲା କାହିଁକି। ଏତେ କମ୍ପାନୀ କାହିଁକି ମୁହଁ ଫେରାଇ ନେଉଛନ୍ତି। ଜମିହରା କମ୍ପାନୀର ଅଂଶୀଦାର ଯଦିଏ ଭଲ ପ୍ରସ୍ତାବ। ହେଲେ ବାହାନା ଦେଖାଇ ପରେ ଲୋକଙ୍କୁ ଗୋଇଠା ମାରି ତଡ଼ିଲେ ବରଦାସ୍ତ କରିବୁନି ବୋଲି କହିଛି ବିଜେଡି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଆଦାନୀ ଅମ୍ୱାନୀ ଭଳି କମ୍ପାନୀ ଜମି ମାଡ଼ି ବସିଛନ୍ତି। କମ୍ପାନୀକୁ ଶାଗମାଛ ଦରରେ ଜମି ଟେକୁଥିବାରୁ ଲୋକଙ୍କ ବିରୋଧ ହେଉଛି। ଲୋକଙ୍କୁ ଭୂତାଉଛନ୍ତି ସରକାର। କମ୍ପାନୀ କେବେ ବି ଜମି ଦେଇଥିବା ଲୋକଙ୍କୁ ସେୟାର ଦେଇନି କି ଦେବନି। ବିସ୍ଥାପନ ନୀତି କେବଳ ଭେଳିକି। ବିସ୍ଥାପନ ସମସ୍ୟାକୁ ନେଇ ସବୁବେଳେ ବିରୋଧ। ଅନେକ ପ୍ରକଳ୍ପ ସଠିକ୍ ସମୟରେ ହୋଇପାରୁନି। କାରଣ ବିସ୍ଥାପିତଙ୍କ ଦାବି ନା ଶୁଣାଯାଏ ନା ଦୁର୍ଦ୍ଦଶା କେହି ଦେଖିପାରନ୍ତି। ପ୍ରକଳ୍ପ ଲାଗି ନିଜ ଭିଟାମାଟି ଛାଡୁଥିବା ଏମାନଙ୍କ ଲାଗି ସରକାର ବିକଳ୍ପ ନୀତି ଆଣିବାକୁ ଯାଉଥିଲା ବେଳେ ଏହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠୁଛି।

xr:d:DAFZ5i7fRwc:594,j:7210656396158171468,t:23061409

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *