ଟ୍ରମ୍ପ-ପୁଟିନ ବୈଠକ : ଆଲୋଚନା ଆଗରୁ ଧମକ

ବିଶ୍ୱର ଦୁଇ ସୁପରପାଓ୍ୱାର ରାଷ୍ଟ୍ର ମୁଖ୍ୟଙ୍କ ଭେଟଘାଟକୁ ନେଇ ପୁରା ଦୁନିଆର ନଜର। ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭିତରେ ଶୁକ୍ରବାର ବୈଠକ ବସିବାକୁ ଯାଉଛି। ପୁଟିନଙ୍କ ସହ କଥାବାର୍ତ୍ତା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କିଙ୍କ ସହ ବି ଫୋନରେ କଥା ହେବେ ଟ୍ରମ୍ପ। ଯଦି ମାହୋଲ ଅନୁକୂଳ ରୁହେ, ତାହେଲେ ତିନି ନେତାଙ୍କ ଭିତରେ ଏକାଠି ଶାନ୍ତି ବୈଠକ ବି ହୋଇପାରେ। କିନ୍ତୁ ବୈଠକ ଆଗରୁ ପୁଟିନଙ୍କୁ ଟ୍ରମ୍ପ ଧମକ ଦେଇସାରିଲେଣି। ଯଦି ଯୁଦ୍ଧ ବନ୍ଦ ପ୍ରସ୍ତାବକୁ ପୁଟିନ ମାନିବେନି, ତାହେଲେ ପରିଣାମ ଗମ୍ଭୀର ହେବ। ସେ ପୁଟିନଙ୍କ ସହ ଭେଟର ଉଦେଶ୍ୟ ହେଉଛି କି, ଋଷ-ୟୁକ୍ରେନ ଭିତରେ ଜାରି ଯୁଦ୍ଧକୁ ସମାପ୍ତ କରିବା। ଏଥିଲାଗି ରାସ୍ତା ବାହାର କରିବା। ସେ ଯଦି ସେତେବେଳେ ଆମେରିକାର ରାଷ୍ଟ୍ରପତି ହୋଇଥାଆନ୍ତେ, ତେବେ କେବେ ହେଲେ ଏହି ଯୁଦ୍ଧ ଆରମ୍ଭ ହିଁ ହୋଇନଥାଆନ୍ତା। ପୂର୍ବତନ ରାଷ୍ଟ୍ରପତି ବାଇଡେନ୍ ଏହି ସ୍ଥିତି ଲାଗି ଦାୟୀ ବୋଲି କହିଛନ୍ତି ଟ୍ରମ୍ପ। ଯଦି ଯୁଦ୍ଧ ବନ୍ଦ ଦ୍ୱାରା ଅଧିକ ଲୋକଙ୍କ ଜୀବନ ବଞ୍ଚାଇପାରିବା, ତାହେଲେ ବହୁତ ବଡ଼ କଥା। ଗଲା ୬ ମାସ ଭିତରେ ସେ ୫ଟି ବଡ଼ ଯୁଦ୍ଧ ଅଟକାଇଛନ୍ତି। ଏହା ବ୍ୟତୀତ ଇରାନର ପରମାଣୁ କ୍ଷମତାକୁ ବି ନଷ୍ଟ କରିଦେଇଛନ୍ତି। ଯଦି ପୁଟିନଙ୍କ ସହ ପ୍ରଥମ ବୈଠକ ଠିକ୍ ରୁହେ, ଜଲଦି ଆଗାମୀ ବୈଠକ ବାବଦରେ ବି ଚିନ୍ତା କରାଯିବ। ଏହି ଦ୍ୱିତୀୟ ବୈଠକରେ ପୁଟିନ, ଜେଲେନେସ୍କି ଓ ଟ୍ରମ୍ପ ରହିବେ। ବୁଧବାର ୟୁରୋପୀୟ ନେତାଙ୍କ ସହ ଭର୍ଚ୍ଚୁଆଲ ବୈଠକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାଙ୍କ୍ରୋ କହିଥିଲେ, ଏହା ଭଲ ସଙ୍କେତ। ଆମେରିକା-ଋଷ ଶୀଖର ସମ୍ମିଳନୀରେ ଯୁଦ୍ଧବିରାମ ହେବା ଜରୁରୀ। କିନ୍ତୁ ସେ ବୈଠକରେ ଥିବା ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନେସ୍କି କହିଥିଲେ, ଟ୍ରମ୍ପଙ୍କ ସହ ବୈଠକ ଆଗରୁ ପୁଟିନ ଧୋକ୍କା ଦେଉଛନ୍ତି। ୟୁକ୍ରେନର ସମସ୍ତ କ୍ଷେତ୍ର ଓ ମୋର୍ଚ୍ଚା ଉପରେ ଚାରିଆଡ଼ୁ ଚାପ ପକାଇଚାଲିଛି ଋଷ। ଆଉ ଦେଖାଇବାକୁ ଚାହୁଁଛି ଯେ, ପୁରା ୟୁକ୍ରେନ ଉପରେ କବଜା କରିବାକୁ ଋଷ ସକ୍ଷମ। ଏହି ବୈଠକ ଆଗରୁ ୫ଟି ନୀତି ଉପରେ ପ୍ରାଥମିକତା ଦେଇଛନ୍ତି ଜେଲେନେସ୍କି। ଯୁଦ୍ଧବିରତି, ୟୁକ୍ରେନ ଲାଗି ସୁରକ୍ଷା ଗ୍ୟାରେଣ୍ଟି, ୟକ୍ରେନର ୟୁରୋପିଆନ ଓ ନାଟୋରେ ଋଷିଆର କୌଣସି ଭିଟୋ ରହିବନି। ୟୁକ୍ରେନର ସାର୍ବଭୌମତ୍ୱ ରକ୍ଷା ଲାଗି କୌଣସି ସାଲିସ୍ କରାଯିବନି। ସେପଟେ ଆଲାସ୍କାରେ ବୈଠକ ପୂର୍ବରୁ ଦକ୍ଷିଣ କୋରିଆ ନେତା କିମ୍ ଜଙ୍ଗଙ୍କ ସହ କଥା ହୋଇଛନ୍ତି ପୁଟିନ୍। ଟ୍ରମ୍ପଙ୍କ ପ୍ଲାନ- ବି । ପୁଟିନଙ୍କ ସହ ପ୍ରଥମ ବୈଠକ ବିଫଳ ହେଲେ ପ୍ଲାନ -ବି ଅନୁସାରେ ଋଷ ଉପରେ କେମିତି ଚାପ ପଡ଼ିବ, ତାକୁ ନେଇ ଯୋଜନା କରିସାରିଲେଣି ଟ୍ରମ୍ପ। ତା ନହେଲେ ବୈଠକ ପୂର୍ବରୁ ଏଭଳି ଧମକ ଦେଇନଥାଆନ୍ତେ ପୁଟିନଙ୍କୁ। ସେପଟେ ଟ୍ରମ୍ପ-ପୁଟିନଙ୍କ ପ୍ରସ୍ତାବିତ ବୈଠକକୁ ନେଇ ଖପ୍ପା ୟୁରୋପ। ଋଷ୍ ସହ ଡିଲ୍ କରିବା ଅଧିକାର ୟୁକ୍ରେନର ଅଛି। କିନ୍ତୁ ଟ୍ରମ୍ପ ଯଦି ପୁଟିନଙ୍କ ସର୍ତ୍ତରେ ନଇଁଯିବେ, ତାହେଲେ ୟୁକ୍ରେନକୁ ସହଯୋଗ କରିବ ୟୁରୋପ। କାରଣ ଏହି ଭେଟଘାଟ ଉଭୟ ୟୁକ୍ରେନ ଓ ୟୁରୋପ ଦେଶର ଅସ୍ତିତ୍ୱକୁ ସଂକଟ ଆଣିପାରେ। ସେଥିଲାଗି ୟକ୍ରେନ ସହ ମହାମନ୍ଥନ କରିବାକୁ ପ୍ରସ୍ତୁତ ହେଲାଣି ୟୁରୋପ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *