ଲଭ୍‌ ଜିହାଦ : ବୟାନ ବଦଳାଇଦେଲେ ଯୁବତୀ- ଗିରଫ ହେଲେ ମୁସଲିମ ପ୍ରେମିକ

ଦମୋହରେ ଲଭ୍ ଜିହାଦ ମାମଲାରେ ନୂଆ ମୋଡ଼। ଦିଲ୍ଲୀରୁ ଆସିଥିବା ଯୁବତୀ ନିଜ ବୟାନ ବଦଳାଇଛନ୍ତି। ସରଓ୍ୱର ଖାନ ସୌରଭ ସାଜି ତାଙ୍କୁ ବ୍ଲାକମେଲିଂ କରିଥିବାର ଆରୋପ ଲଦିଛନ୍ତି। ପୂର୍ବରୁ ତାଙ୍କ ସାଙ୍ଗରେ ଯାଇ ବିବାହ କରିବାକୁ ଚାପ ପକାଇଥିବା କହିଛନ୍ତି। ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଦୁଇ ଦିନ ଆଗରୁ ସୋସିଆଲ ମିଡିଆରେ ଭିଡିଓ ଜାରି କରି ମୁସଲିମ ଯୁବକ ସହ ନିଜ ଇଛାରେ ଆସିଛି ବୋଲି କହିଥିଲେ ଯୁବତୀ।  ଅଗଷ୍ଟ ୯ରେ ସେ ନିଜ ଇଛାରେ ତାଙ୍କ ସହ ଯାଇଛନ୍ତି। ଗଲା ୭ ବର୍ଷ ହେଲା ସେ ସରଓ୍ୱରକୁ ଜାଣିଛନ୍ତି। ଆଉ ସେ ମୁସଲିମ ବୋଲି ପୂର୍ବରୁ ଜାଣିଛନ୍ତି।  ଯୁବତୀ ଜଣକ ବିଏସସି ଦ୍ୱିତୀୟ ବର୍ଷ ଛାତ୍ରୀ ଓ ତାଙ୍କ ବୟସ ୨୦।  ସରଓ୍ୱରର ବୟସ ୨୨। ସେ ଏକ ହାର୍ଡଓ୍ୱେର ଦୋକାନରେ କାମ କରୁଥିଲେ। ଦୁହେଁ ସାବାଳକ ଅଟନ୍ତି। କିନ୍ତୁ ପୁଲିସ ଆଗରେ ବୟାନ ବଦଳାଇଦେଲେ ଯୁବତୀ। ଏବେ କହୁଛନ୍ତି, ଅଭିଯୁକ୍ତ ସୌରଭ ସାଜି ତାଙ୍କ ସହ ବନ୍ଧୁତା ବଢ଼ାଇଥିଲା। ସାଙ୍ଗ ହୋଇ ପରସ୍ପର ସହ ଫଟୋ କାଢ଼ିଥିଲେ। ଆଉ ଏହାକୁ ନେଇ ବ୍ଲାକମେଲିଂ କରୁଥିଲେ ଯୁବକ। ପୁଲିସ ଅଭିଯୁକ୍ତ ଯୁବକ ବିରୁଦ୍ଧରେ ଧାର୍ମିକ ସ୍ୱାଧୀନତା ଅଧିନିୟମ ବିଏନଏସ ଧାରାରେ ଅପରାଧିକ ମାମଲା ରୁଜୁ କରିଛି। ଆଉ ଯୁବତୀଙ୍କୁ ନିଜ ପରିବାରକୁ ହସ୍ତାନ୍ତର କରିଛି ପୁଲିସ। ବୁଧବାର ରାତିରେ ପୁଲିସ ଯୁବକ ଯୁବତୀଙ୍କୁ ଦିଲ୍ଲୀର ଫିରୋଜାବାଦରେ ଧରିଥିଲା। ଏହା ପରେ ଉଭୟଙ୍କୁ ଦମୋହ ନିଆଯାଇଥିଲା। ଉଭୟ ଦମୋହରେ ପହଞ୍ଚିବା ଖବର ପାଇବା ମାତ୍ରେ ପରିବାର ଲୋକଙ୍କ  ସହ ବଡ଼ ସଂଖ୍ୟାରେ ହିନ୍ଦୁ ସଂଗଠନ ସହ ଜଡ଼ିତ ଲୋକ ବି ଥାନା ପହଞ୍ଚିଥିଲେ। ତେବେ ସ୍ଥିତି ଉତ୍ତେଜନା ଦେଖି ଆଖପାଖ ଥାନାରୁ ଫୋର୍ସ ମଗାଯାଇଥିଲା। ହିନ୍ଦୁ ସଂଗଠନ ସଦସ୍ୟ ଆରୋପ ଲଦିଥିଲେ ଯେ, ଯୁବକ ଜଣକ ଲଭ୍ ଜିହାଦ ଆଧାରରେ ଯୁବତୀକୁ ଫସାଇ ଦେଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *