ପ୍ରଶାସନିକ କାମରେ ଅଧିକାରୀ ମାନବିକତା ଦେଖାନ୍ତୁ- କେରଳ ହାଇକୋର୍ଟ

ଗାଳିଗୁଲଜ କରିଥିଲେ। ପ୍ଲାଷ୍ଟିକ ଚେୟାରକୁ ତଳେ କଚାଡ଼ି ଭାଙ୍ଗିଥିଲେ। ଏହା ସହ ଫାଇଲକୁ ଫିଙ୍ଗାଫୋପଡ଼ା କରିଥିଲେ। ତହସିଲ ଅଫିସ ଭିତରେ ଏଭଳି କାରନାମା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଅପରାଧିକ ମାମଲାକୁ ରଦ୍ଦ କରିଛନ୍ତି କେରଳ ହାଇକୋର୍ଟ। ତେବେ ବ୍ୟୁରୋକ୍ରାସିରେ ମାନବିକତା ରହିବା ଟିପ୍ପଣୀ ଦେଇଛନ୍ତି ଜଷ୍ଟିସ ପି.ଭି. କୁହ୍ନିକ୍ରିଷ୍ଣନ। ପ୍ରତି ପ୍ରଶାସନିକ କାର୍ଯ୍ୟକଳାପରେ ପ୍ରଶାସନିକ ଅଧିକାରୀଙ୍କ ମାନବିକତା ରହିବା ଜରୁରୀ। କଥାରେ ଅଛି, ପ୍ରତି ଫାଇଲର ଗୋଟିଏ ଫେସ୍ ଥାଏ। ଆଉ ପ୍ରତି ନିଷ୍ପତ୍ତିରେ ମର୍ଯ୍ୟାଦା ଥାଏ। ପ୍ରତି ନିଷ୍ପତ୍ତି ପଛରେ ମଣିଷର ଆଶା, ଭୟ ଓ ସ୍ୱପ୍ନ ଥାଏ। ଗୋଟିଏ ଅଫିସରେ ନିଆଯାଉଥିବା ନିଷ୍ପତ୍ତି ଅଫିସ ବାହାରେ ଥିବା ଜୀବନକୁ ପ୍ରଭାବିତ କରିଥାଏ। ପ୍ରଶାସନିକ ନିଷ୍ପତ୍ତି କେବଳ ପେପର ଓ୍ୱାର୍କ ନୁହେଁ। ବିକାଶର ଜୀବନ ଅଟେ। ଗଣତନ୍ତ୍ରର ସଫଳତା କେବଳ ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ପରିଚାଳିତ ଶାସନରେ ନଥାଏ। ବରଂ ମାନବିକତା ଢଙ୍ଗରେ ଏହାକୁ ସମର୍ଥନ କରୁଥିବା ବ୍ୟୁରୋକ୍ରାଟଙ୍କ ଉପରେ ବି ନିର୍ଭର କରେ। ଆବେଦନକାରୀ ଓ ତାଙ୍କ ଶ୍ୱଶୁର ଏକ ମ୍ୟୁଟେସନ ମାମଲାର ଶୁଣାଣୀ ତାରିଖରେ ହାଜର ହେବାକୁ ଯାଇଥିଲେ ତହସିଲ ଅଫିସକୁ। ରାଜସ୍ୱ ରେକର୍ଡରେ ନିଜ ଶ୍ୱଶୁରଙ୍କ ନାଁ ରଖିବା ମାମଲା ଚାଲିଥିଲା। କିନ୍ତୁ ପ୍ରତିପକ୍ଷ ଦଳର ପ୍ରତିନିଧି ଅନୁପସ୍ଥିତ ଥିବାରୁ ଶୁଣାଣୀ ହୋଇପାରିନଥିଲା। ଏଥିରେ ଗଭୀର ଆଘାତ ପାଇଥିଲେ ଆବେଦନକାରୀ। କାରଣ ଦେଢ଼ ବର୍ଷ ହେଲା ଫାଇଲ୍ ଗଡ଼ି ଚାଲିଛି ତହସିଲ ଅଫିସରେ। ସେପଟେ ତାଙ୍କ ଶ୍ୱଶୁର ଖଜାଣପାଉତି କାଟି ଚାଲିଛନ୍ତି। ଏଥିରେ ବିତସ୍ପୃହ ହୋଇ ତହସିଲଦାରଙ୍କ ସହ ଝଗଡ଼ା କରିଥିଲେ ଆବେଦନକାରୀ। ଏହାକୁ ନେଇ ଆବେଦନକାରୀଙ୍କ ବିରୁଦ୍ଧରେ କ୍ରିମିନାଲ କେସ୍ ରୁଜୁ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *