ରଜନୀକାନ୍ତଙ୍କ କୁଲି ଫିଲ୍ମ ଏ ସାର୍ଟିଫିକେଟ- ପ୍ରଡକ୍ସନ କମ୍ପାନୀର ପିଟିସନ ହାଇକୋର୍ଟରେ ଖାରଜ

ରଜନୀକାନ୍ତ ଅଭିନୀତ କୁଲି ଫିଲ୍ମକୁ ଏ କ୍ଯାଟେଗୋରୀ ସାର୍ଟିଫିକେଟ ବିରୁଦ୍ଧରେ ଚ୍ୟାଲେଞ୍ଜ ହୋଇଥିବା ପିଟିସନକୁ ଖାରଜ କରିଦେଲେ କରିଦେଲେ ମାଡ୍ରାସ ହାଇକୋର୍ଟ। ଏଭଳି ପିଟିସନର କୌଣସି ମେରିଟ୍ ବା ଆଧାର ନାହିଁ କହି ଖାରଜ କରିଦେଇଛନ୍ତି ହାଇକୋର୍ଟ। ପ୍ରଡକ୍ସନ କମ୍ପାନୀ ସନ ଟିଭି ନେଟଓ୍ୱର୍କ ଦ୍ୱାରା ଏହି ପିଟିସନ ଦାଖଲ ହୋଇଥିଲା। କୁଲି ଚଳଚ୍ଚିତ୍ରକୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ଏ ପ୍ରମାଣପତ୍ର ଦେଇଥିଲା। କୁଲି ଚଳଚ୍ଚିତ୍ରରେ ରଜନୀକାନ୍ତ, ନାଗାର୍ଜୁନ ଓ ଅମିର ଖାନ୍ ଅଭିନୟ କରିଛନ୍ତି। ସନ ପିକ୍ଚରସ ଯିଏ ସନ ଟିିଭି ପ୍ରଡକ୍ସନ କମ୍ପାନୀ ତଥା କୁଲି ଫିଲ୍ମର ପ୍ରଡ୍ୟୁସର ଅଟେ। ସନ୍ ଟଭି ଯୁକ୍ତି ବାଢ଼ିଥିଲା ଯେ, କେଜିଏଫ, ବିଷ୍ଟ ଓ ଅଲଗା ଫିଲ୍ମ ତୁଳନାରେ କୁଲି ଚଳଚ୍ଚିତ୍ରରେ କମ୍ ହିଂସା ଦୃଶ୍ୟ ପ୍ରଦର୍ଶିତ ହୋଇଛି। ତା ସତ୍ତ୍ୱେ ଏହାକୁ ଏ ସାର୍ଟିଫିକେଟ ଦିଆଗଲା। ଜଣେ କୁଲି ଜୀବନକୁ ନେଇ ଫିଲ୍ମରେ ପ୍ରଦର୍ଶିତ ହୋଇଛି। ଯଦି ସେଥିରେ କିଛି ହିଂସାତ୍ମକ ଦୃଶ୍ୟ ପ୍ରଦର୍ଶିତ ହେଇଥିଲା, ତାହା କେବଳ ଫିଲ୍ମର ଏକ ଅଂଶ ଥିଲା। ସେପଟେ ବୋର୍ଡ ଯୁକ୍ତି କରିଥିଲା, ଫିଲ୍ମ ମେକର ସେତେବେଳେ ଏ ସାର୍ଟିଫିକେଟ ଗ୍ରହଣ କରିଥିଲେ। କିଲିଂ, ସ୍ମୋକିଂ, ଡ୍ରିଙ୍କିଂ ଓ ଖରାପ ଭାଷା ପ୍ରୟୋଗ ସତ୍ତ୍ୱେ ଅରିଜିନାଲ ଓ ରିଭାଇଜିଂ କମିଟି ଏହାକୁ ସର୍ବସମ୍ମତ ଏ କ୍ୟାଟେଗୋରୀକୁ ସାର୍ଟିଫିକେଟ ଦେଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *