କେବିସିରେ କୋଟିଏ ଟଙ୍କାର ବିଜେତାଙ୍କୁ ବଦଳି..

କୌନ ବନେଗା କୋଟିପତିର ୧୭ତମ ସିଜିନରେ କୋଟିଏ ଟଙ୍କା ଜିତିଛନ୍ତି ସିଆଇଏସଏଫର ଡେପୁଟ୍ କମାଣ୍ଡାଣ୍ଟ ଆଦିତ୍ୟ କୁମାର। ନିଜର ଆତ୍ମବିଶ୍ୱାସ ବଳରେ କେବିସିରେ କୋଟିଏ ଟଙ୍କା ଜିତିଥିଲେ। କାର୍ଯ୍ୟକ୍ରମର ହୋଷ୍ଟ ଅମିତାଭ ବଚ୍ଚନ ଆଦିତ୍ୟଙ୍କୁ ଆଲିଙ୍ଗନ କରିଥିଲେ। ଡେପୁଟି କମାଣ୍ଡାଣ୍ଟଙ୍କ ଏହି ସଫଳତାରେ ତାଙ୍କ ପରିବାର ପରିଜନ ଓ ସହକର୍ମୀ ବେଶ୍ ଉତଫୁଲ୍ଲିତ ହୋଇପଡ଼ିଥିଲେ। କିନ୍ତୁ ଅଗଷ୍ଟ ୨୯ରେ ଆତିଦ୍ୟଙ୍କୁ ବଦଳି କରିଦିଆଗଲା। ଗୁଜରାଟର ୟୁଟିପିଏସରୁ ଜମ୍ମୁକଶ୍ମୀରର ବାନ୍ଦିପୋରାକୁ ଟ୍ରାନ୍ସଫର କରିଦିଆଯାଇଛି। ସୂତ୍ର ଅନୁସାରେ, ଏହି ବଦଳି ଆଦେଶ ସିଆଇଏସଏଫର ଶୀର୍ଷ ନେତୃତ୍ୱଙ୍କ ଆଦେଶରେ ହୋଇଛି। ଏହା ପଛରେ ପ୍ରଶାସନିକ ଆଧାର ଥିବା କୁହାଯାଉଛି। ତେବେ ଆଦିତ୍ୟଙ୍କ ଭଳି ଯୁବ କ୍ୟାଡ଼ର ଅଫିସରଙ୍କ ଏଭଳି ଅଚାନକ ବଦଳିକୁ ନେଇ ସବୁଠି ଚର୍ଚ୍ଚା। କେବିସିରେ କୋଟିଏ ଟଙ୍କା ଜିତିବା ପରେ ଶୀର୍ଷ ନେତୃତ୍ୱ ତାଙ୍କୁ ସମ୍ମାନିତ କରିବା ବଦଳରେ ଏଭଳି ବଦଳି କରି ଦଣ୍ଡ ଦେଇଛନ୍ତି ବୋଲି କିଛି କ୍ୟାଡ଼ର ଅଧିକାରୀ କହୁଛନ୍ତି। ଏ କଥା ଏଥିଲାଗି ଚର୍ଚ୍ଚା ହେଉଛି ଯେ, ରୁଟିନ୍ ଟ୍ରାନ୍ସଫର ବେଳେ ଆଦିତ୍ୟଙ୍କ ବଦଳି ହୋଇନଥିଲା। ଆଦିତ୍ୟଙ୍କ କହିବା କଥା, ବିଭାଗ ଏଭଳି ନିର୍ଦେଶ ଦେଇଛି। ସମସ୍ତ ବଦଳି ନିୟମାନୁସାରେ ହିଁ ହୁଏ। କେବିସିରେ ମିଳିଥିବା ଉପଲବ୍ଧିକୁ ସେ ନିଜ ୟୁନିଟକୁ ସମର୍ପିତ କରିବାକୁ ଚାହାନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *