ଜଲି ଏଲଏଲବି -୩ରେ ଥିବା ଭାଇ ଓକିଲ ହୈ ଗୀତ ବିରୁଦ୍ଧରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏହା ଆଇନଗତ ପେଶାକୁ ଉପହାସ କରୁଛି କହି ପିଆଇଏଲ ଦାଖଲ ହୋଇଛି। ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି ଯେ, ଅପକମିଂ ଫିଲ୍ମ ଜଲି ଏଲଏଲବି-୩ରେ ଯେମିତି ଏହି ଗୀତକୁ ନେଇ ନୃତ୍ୟ ପ୍ରଦର୍ଶିତ ହୋଇଛି। ତାହା ଆଇନ ପେଶାକୁ କଦର୍ଥ କରୁଛି। ନେକ୍ ବ୍ୟାଣ୍ଡ୍ ହେଉଛି ଓକିଲଙ୍କ ମର୍ଯାଦା, ଦାୟିତ୍ୱ ଓ କର୍ତ୍ତବ୍ୟର ପ୍ରତୀକ। ଏହି ଗୀତରେ ସଂଳାପ ଆପତ୍ତିଜନକ ଅଟେ। ଏହା କେବଳ ଜନତା ଓ ଓକିଲଙ୍କ ଭାବାବେଗ ସହ ଖେଳାଯାଉଛି। ଯୁବ ବର୍ଗ ଭିତରେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରି ନକରାତ୍ମକ ପ୍ରଭାବ ପକାଉଛି। ସ୍ୱାଧୀନତାର ଅଭିବ୍ୟକ୍ତିକୁ କଦର୍ଥ କରାନଯାଉ। ସେପ୍ଟେମ୍ୱର ୯ରେ ଏହାର ଶୁଣାଣୀ ହେବ। ଏହି ଫିଲ୍ମକୁ ନେଇ ନିକଟରେ ଆଗତ ଏକ ପିଟିସନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ଆଇନ ପେଶା ଓ ନ୍ୟାୟାଳୟର ମର୍ଯାଦା ହାନୀ କହି ଏହି ଫିଲ୍ମକୁ ବ୍ୟାନ କରିବାକୁ ପଡ଼ିଥିଲା ପିଟିସନ। ଜଷ୍ଟିସ ସଙ୍ଗୀତା ଚନ୍ଦ୍ରା ଓ ଜଷ୍ଟିସ ବ୍ରିଜ୍ ରାଜ ସିଂଙ୍କ ଖଣ୍ଡପୀଠ କହିଥିଲେ, କୋର୍ଟ କୌଣସି ଆପତ୍ତିଜନକ ତଥ୍ୟ ପାଇଲେନି। ଯାହାକୁ ନେଇ କୋର୍ଟ ହସ୍ତକ୍ଷେପ କରିବେ। ଭାଇ ଓ୍ୱକିଲ ହୈ ଗୀତକୁ ବି ଅନୁଧ୍ୟାନ କଲେ କୋର୍ଟ। ଏହା କୌଣସି ପ୍ରକାରେ ବି ଲିଗାଲ ପ୍ରଫେସନ ଓ ପ୍ରାକ୍ଟିସକୁ ଆହତ କଲା ଭଳି ଉପାଦାନ ନାହିଁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now