ଦିଲ୍ଲୀ ବିମାନବନ୍ଦରରୁ ଦରଭଙ୍ଗା କୁ ଯାଉଥିବା ସ୍ପାଇସଜେଟ୍ ବିମାନ ସିଜି-୪୮୬ରେ ଯାତ୍ରୀଙ୍କୁ ଏକ ଘଣ୍ଟା ପାଇଁ ଏସି ବିନା ରହିବାକୁ ପଡିଛି। ଯାତ୍ରୀମାନଙ୍କୁ ପ୍ରବଳ ଉତ୍ତାପରେ କଷ୍ଟ ଭୋଗିବାକୁ ପଡିଛି। ବିମାନ ଅବତରଣ କରିବାକୁ ଯାଉଥିଲାବେଳେ ବିମାନର ଏସି ଅନ୍ ହୋଇଥିଲା । ଅନେକ ଯାତ୍ରୀ ସୋସିଆଲ ମିଡିଆରେ ଏଭଳି ଅବ୍ୟବସ୍ଥାର ଭିଡିଓ ଅପଲୋଡ୍ କରିଛନ୍ତି।
ଏବେ ଏହା ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଯାତ୍ରୀମାନଙ୍କର ସମସ୍ୟା ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି। ଯାତ୍ରୀମାନେ କାଗଜ ଧରି ବିଞ୍ଚି ହେଉଥିବାରୁ ଦେଖିବାକୁ ମିଳୁଛି। ଯେତେବେଳେ ଯାତ୍ରୀମାନେ ପ୍ରବଳ ଗରମ ମଧ୍ୟରେ ବିମାନରେ ଚଢ଼ିଥିଲେ, ସେତେବେଳେ ଏସି କାମ କରୁ ନ ଥିଲା। ବିମାନଟି ଦିଲ୍ଲୀ ଛାଡିଥିଲା, କିନ୍ତୁ ଏକ ଘଣ୍ଟା ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସି ନ ଥିଲା। ଉତ୍ତାପ ଯୋଗୁଁ ଯାତ୍ରୀଙ୍କ ଅବସ୍ଥା ଅସମ୍ଭାଳ ହୋଇ ଯାଇଥିଲା
କିଛି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିଲା। ଭାଇରାଲ ହୋଇଥିବା ଭିଡିଓରେ ଯାତ୍ରୀଙ୍କ ସମସ୍ୟା ସ୍ପଷ୍ଟ ଦେଖାଯାଉଛି। ଯାତ୍ରୀମାନେ ରୁମାଲ, କାଗଜ ଖଣ୍ଡ ଏବଂ ଅନ୍ୟାନ୍ୟ ଜିନିଷ ସହିତ ନିଜକୁ ବିଞ୍ଚି ହେଉଥିବାରୁ ଭିଡ଼ିଓରେ ଦେଖିବାକୁ ମିଳୁଛି। ଏ ବାବଦରେ ବିମାନବନ୍ଦର କର୍ତ୍ତୃପକ୍ଷ କୌଣସି ସୂଚନା ପ୍ରକାଶ କରିନାହାନ୍ତି। କିନ୍ତୁ ଭାଇରାଲ ହୋଇଥିବା ଭିଡିଓଗୁଡିକୁ ଦେଖି ଏହା ସ୍ପଷ୍ଟ ଅନୁମାନ କରାଯାଇପାରୁଛି ଯେ ପ୍ରବଳ ଉତ୍ତାପ ଧ୍ୟରେ ଯାତ୍ରୀମାନେ ଦୀର୍ଘ ଏକ ଘଣ୍ଟା ଧରି କେତେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now