ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ତ୍ରିଲୋଚନ ସେନାପତିଙ୍କ ସୁପୁତ୍ର ସୁବ୍ରତ ସେନାପତି (୬୪)ଙ୍କ ବୁଧବାର ରାତିରେ ହେହାନ୍ତ ହୋଇଯାଇଛି। ସେ ବାଲେଶ୍ଵର ସେକ୍ସଟ୍ୟାକ୍ସ ବିଭାଗରେ ଯୁଗ୍ମ କମିଶନର ଭାବେ କାର୍ଯ୍ୟ କରିଥିଲେ। ପରେ ଓଡ଼ିଶା ସରକାରଙ୍କ ଅର୍ଥ ମନ୍ତ୍ରାଳୟରୁ ସ୍ବତନ୍ତ୍ର ସଚିବ ଭାବେ ଅବସର ଗ୍ରହଣ କରିବା ପରେ ସାମାଜିକ କାର୍ଯ୍ୟରେ ନିୟାଜିତ ଥିଲେ। ସହରସ୍ଥ ପୁଲିସ୍ ଲାଇନ୍ ଛକରେ ତାଙ୍କ ଘର ହୋଇଥିବାବେଳେ ଶୋକର ଛାୟା ଖେଳିଯାଇଛି। ଅନେକ ପ୍ରତିଷ୍ଠିତ ବ୍ୟକ୍ତି, ବୁଦ୍ଧିଜୀବୀ ତାଙ୍କ ପାର୍ଥିବ ଶରୀରକୁ ଦର୍ଶନ କରିବା ପରେ ଗୁରୁବାର ନୁଣିଆଯୋଡ଼ି ସ୍ବର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ସାନ ପୁତ୍ର ସୁଜିତ ମୁଖାଗ୍ନି ଦେଇଥିଲେ। ବାଲେଶ୍ବର ବିକ୍ରୟ କର ବିଭାଗରେ ଯୁଗ୍ମ କମିଶନର ଭାବେ କାର୍ଯ୍ୟ କରି ସେ ଓଡ଼ିଶା ସରକାରଙ୍କ ଅର୍ଥ ମନ୍ତ୍ରାଳୟରେ ସ୍ବତନ୍ତ୍ର ସଚିବ ପଦରୁ ଅବସର ଗ୍ରହଣ କରିଥିଲେ। ଅବସର ପରେ ବିଭିନ୍ନ ସମାଜସେବା କାର୍ଯ୍ୟରେ ସେ ନିୟୋଜିତ ଥିଲେ। ଜଣେ ପରୋପକାରୀ, ଦରଦୀ ତଥା ମେଳାପୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now