ନୀତି ଓ ନେତୃତ୍ୱର ଭରସା- ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନକୁ ସେବା ପକ୍ଷ ଭାବେ ପାଳୁଛି ବିଜେପି। ତେବେ ମୋଦିଙ୍କୁ ଜନ୍ମଦିନର ଶୁଭେଛା ଜଣାଇବାକୁ ଦେଶବିଦେଶରୁ ସୁଅ ଛୁଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମୋଦି ତାଙ୍କର ପରମ ମିତ୍ର। ମୋଦିଙ୍କୁ ଫୋନ୍ କରି ଶୁଭେଛା ଜଣାଇଛନ୍ତି ଟ୍ରମ୍ପ। ଦୁଇ ନେତାଙ୍କ ଭିତରେ ଭାରତ-ଆମେରିକା ସମ୍ପର୍କ ଓ ବୈଶ୍ୱିକ ମୁଦ୍ଦା ଉପରେ ଆଲୋଚନା ହୋଇଥିଲା। ମୋଦି ଅଦ୍ଭୁତ କାମ କରୁଛନ୍ତି। ଋଷ-ୟୁକ୍ରେନ ଭିତରେ ଯୁଦ୍ଧ ସମାପ୍ତ ପାଇଁ ମୋଦିଙ୍କ ସମର୍ଥନକୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ।  ମୋଦି ମଧ୍ୟ ପ୍ରତ୍ୟୁତ୍ତରରେ ଟ୍ରମ୍ପଙ୍କୁ ଧନ୍ୟବାଦ ଦେବା ସହ ନୂଆ ରଣନୀତି ଓ ବୁଝାମଣାକୁ ନେଇ ପ୍ରତିବଦ୍ଧ ବୋଲି ଦର୍ଶାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ମୋଦି ତାଙ୍କର ଭଲ ବନ୍ଧୁ। ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ରିଷି ସୁନକ କହିଛନ୍ତି, ବ୍ରିଟେନର ସବୁବେଳେ ଭଲ ବନ୍ଧୁ ହୋଇ ରହି ଆସିଛନ୍ତି ମୋଦି। ଭାରତ-ଇସ୍ରାଏଲ ଭିତରେ ବେପାର ଓ ବନ୍ଧୁତାକୁ ଉଚ୍ଚତାର ଶୀର୍ଷକୁ ନେବାକୁ ଉଭୟ ପ୍ରତିବଦ୍ଧ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ୭୫ତମ ଜନ୍ମଦିନରେ ଶୁଭେଛା ଜଣାଇବା ସହ ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ୱାନୀ କହିଛନ୍ତି, ମୋଦିଙ୍କ ଅମୃତକାଳ ମହୋତ୍ସବ ଭାରତର ଅମୃତ କାଳ ସାଜିବାକୁ ଯାଉଛି। ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ୍ ଗେଟ୍ସ କହିଛନ୍ତି, ଗ୍ଲୋବାଲ ଡେଭେଲପମେଣ୍ଟରେ ଭାରତର ଭାଗିଦାରୀକୁ ନେଇ ମୋଦିଙ୍କ ନୀତି ଓ ନେତୃତ୍ୱ ପ୍ରଂଶସନୀୟ। ସେଲିବ୍ରିଟି ଜଗତ ବି ମୋଦିଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି। ଶାହାରୁଖଙ୍କଠୁ ନେଇ ଅମିର ଖାନଙ୍କ ଯାଏ କହିଛନ୍ତି, ୭୫ ବର୍ଷ ବୟସରେ ବି ମୋଦିଙ୍କ ଯେଉଁ ଶକ୍ତି ଓ ସାମର୍ଥ୍ୟ ଅଛି। ତାହା ଯୁବପୀଢ଼ିକୁ ଅନୁପ୍ରାଣିତ କରୁଛି ବୋଲି କହିଛନ୍ତି। ଆମେରିକା ଗାୟିକା ମାରି ମିଲିବେନ୍ ମୋଦିଙ୍କ ଜନ୍ମଦିନରେ ଗୀତ ଗାଇ ତାଙ୍କ ପ୍ରତି ସମ୍ମାନ ଅଜାଡ଼ି ଦେଇଛନ୍ତି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ.ଶିଭନ କହିଛନ୍ତି, ମୋଦି ଜଣେ ଦୂରଦ୍ରଷ୍ଟା ନେତା। ଗଲା ୧୦ ବର୍ଷ ଭିତରେ ତାଙ୍କ ନେତୃତ୍ୱରେ ସ୍ପେଶ୍ ଷ୍ଟେସନରେ ଏକ ନୂଆ ଲକ୍ଷ୍ୟ ହାସଲ କରିଛି ଭାରତ। ସେପଟେ କଂଗ୍ରେସ ଆଜିର ଦିନକୁ ବେରୋଜଗାର ଦିବସ ଭାବେ ପାଳିଛି। ମୋଦିଙ୍କ ନୀତି ଲାଗି କୋଟି କୋଟି ଯୁବକ ବେରୋଜଗାର ହୋଇପଡ଼ିଛନ୍ତି। ବର୍ଷକୁ ୨କୋଟି ଚାକିରୀ କୁଆଡ଼େ ଗଲା। ହକ୍ ମାଗିଲେ ପୁଲିସ ଲଗାଇ ଲହୁଲୁହାଣ କରାଯାଉଛି। ପେପର ଲିକ୍ ରେ ଘାଣ୍ଟି ହୋଇଗଲେଣି ଭାରତର ଭବିଷ୍ୟତ। ନିଜ ମିଛ ପ୍ରଚାରରେ ମସଗୁଲ ମୋଦି। ମୋଦି ବିଶ୍ୱ ନେତା। ସେଥିଲାଗି ତାଙ୍କ ଜନ୍ମଦିନରେ କେବଳ ଶୁଭେଛାର ସୁଅ ଛୁଟିନି। ବରଂ ତାଙ୍କ ନୀତି ଓ ନେତୃତ୍ୱରେ କେମିତି ଭାରତ ସବୁ କ୍ଷେତ୍ରରେ ଅଗ୍ରଣୀ ହୋଇଚାଲିଛି, ସେ ବାର୍ତ୍ତା ଦେଇଛନ୍ତି ସଭିଏଁ। କିନ୍ତୁ ସେପଟେ ଜନ୍ମଦିନରେ ଶୁଭେଛା ଦେବା ସହ ସମାନ୍ତରାଳ ଭାବେ ବେରୋଜଗାରର କଥା କହି କଟାକ୍ଷ କରିଛି କଂଗ୍ରେସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *