ପାଓ୍ୱାର ପ୍ଲାଣ୍ଟରେ ଅଘଟଣ- ୯ ମୃତ

ଚେନ୍ନାଇ ପାଓ୍ୱାର ପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା। ଆସାମର ୯ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁର ଏନୋର ସୁପର କ୍ରିଟିକାଲ ପାଓ୍ୱାର ଷ୍ଟେସନରେ ନିର୍ମାଣଧୀନ କୋଇଲା ହ୍ୟାଣ୍ଡଲିଂ ପ୍ରବଳ ପବନରେ ଭାଙ୍ଗିଯିବାରୁ ଏଭଳି ଅଘଟଣ ଘଟିଛି। ନିର୍ମାଣ କାମ ଚାଲୁଥିବା ବେଳେ ୪୫ ଫୁଟ୍ ଉଚ୍ଚରୁ ପଡ଼ିବାରୁ ଏସଇଜେଡ୍ ପରିସରରେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆହତ କର୍ମଚାରୀଙ୍କୁ ଦୁର୍ଘଟଣାସ୍ଥଳରୁ ପ୍ରାୟ ୧୫ କିଲୋମିଟର ଦୂର ଚେନ୍ନାଇର ଷ୍ଟେନଲି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଘଟଣ ସେତେବେଳେ ଘଟିଥିଲା, ଯେତେବେଳେ ଶ୍ରମିକ ଏକ ବିଶାଳ ଛାତର କାମ କରୁଥିଲେ। ଷ୍ଟିଲ୍ ଆର୍ଚ ପଡ଼ିଯାଇଥିଲା। କର୍ମସ୍ଥଳରେ ସୁରକ୍ଷା ନିୟମକୁ ଅନୁପାଳନ କରାଯାଇନଥିଲା। ସେଟରିଂ ଅଚାନକ ପଡ଼ିଯାଇଥିଲା ଆଉ ଶ୍ରମିକ ତଳେ ପଡ଼ିଯାଇଥିଲା। ଏ ଘଟଣାର ଗଭୀର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍। ରେସକ୍ୟୁ ଅପରେସନକୁ ତ୍ୱରିତ କରିବାକୁ ନିର୍ଦେଶ ଦେବା ସହ ଶବକୁ ଆସାମ ପଠାଇବାର ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବି ଘଟଣାରେ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବି ଗଭୀର ଶୋକବ୍ୟକ୍ତ କରିଛନ୍ତି। ମୃତକଙ୍କ ଘର ଆସାମର କାର୍ବି ଆଙ୍ଗଲୋଙ୍ଗ ଓ ହୋଜଇ ଜିଲ୍ଲାର। ପାର୍ଥିବ ଶରୀର ଆସାମକୁ ପଠାଇବାର ବ୍ୟବସ୍ଥା ହୋଇଛି। ୩ଜଣ ଠିକାଦାରଙ୍କ ବିରୁଦ୍ଧରେ କଟୁର ପୁଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *