ଧୃତରାଷ୍ଟ୍ର, ଭଣ୍ଡ ସନ୍ୟାସୀ ଉପାଖ୍ୟାନ କହି ଦଳରୁ ତଡ଼ା ଖାଇଥିବା ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଭୈରବ ବଧ ବୟାନକୁ ନେଇ ଦଶହରା ମାହୋଲରେ ରାଜନୀତି ସରଗରମ ହୋଇଛି। ସେପଟେ ପୂର୍ବତନ ବିଜେଡି ନେତାଏ ଯେଉଁମାନେ ଦଳର ପରିଚାଳନା, ନବୀନଙ୍କ ନୀତି, ନେତୃତ୍ୱ ଓ ସର୍ବୋପରି ପାଣ୍ଡିଆନ ଓ କୋଟରୀ ଗ୍ରୁପ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଦଳରୁ ବାହାରିଛନ୍ତି। ସେମାନଙ୍କୁ ଶ୍ରୀମୟୀଙ୍କ ଉପାଖ୍ୟାନ ବେଶ୍ ସୁହାଉଛି। ସୌମ୍ୟ ପଟ୍ଟନାୟକ କହିଲେଣି, ଛଦ୍ମବେଶୀ ରାମମାନଙ୍କୁ ନେଇ ରାବଣକୁ ମାରିହେବନି। ରାବଣକୁ ବଧ କରିବାକୁ ରାମଙ୍କର ଆବଶ୍ୟକତା ଅଛି। କିନ୍ତୁ ଅସଲ ରାମ ଆସିଲେ ରାବଣ ଆପେ ଆପେ ବଧ ହେବ। ଏବେ ରାମନାମ କରୁଥିବା ଲୋକେ ନିଜକୁ ଆତ୍ମସମୀକ୍ଷା କରି ଦେଖନ୍ତୁ। ଅମର ଶତପଥୀ କହୁଛନ୍ତି, କିଏ ରାବଣ, ତାକୁ ଚିହ୍ନଟ ହୋଇଗଲେ କାମ ତମାମ୍ ହୋଇଯିବ। ରାବଣ ବଧ ହେବା ଦରକାର। ବିଜେଡି କହୁଛି, ଯିଏ ଏଭଳି ବୟାନବାଜି କରୁଛନ୍ତି, ସେମାନେ ଏହାର ସ୍ପଷ୍ଟିକରଣ ଦିଅନ୍ତୁ। ଉହ୍ୟ ରଖି କହିବାର ଅର୍ଥ କଅଣ। ପ୍ରାଞ୍ଜଳ ଭାଷାରେ ବ୍ୟାଖ୍ୟା କଲେ ସ୍ପଷ୍ଟତା ଆସିବ ବାସ୍ତବରେ ସେମାନେ କାହାକୁ ଓ କେଉଁ ଉଦ୍ଦେଶ୍ୟରେ କହୁଛନ୍ତି। କୌଣସି ବୟାନବାଜିରେ ଦଳ ବଦଳେନି କି ଦଳର କ୍ଷତି ହୁଏନା। ଦଳ ଶୃଙ୍ଖଳିତ ରହିଛି ବୋଲି କହିଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି।
Naxatra News is now on Whatsapp
Join and get latest news update delivered to you via whatsapp
Join Now