ବିଶ୍ନର ଏକନମ୍ୱର ଓ୍ୱାନ-ଡେ ବ୍ୟାଟ୍ସମ୍ୟାନର କୀର୍ତ୍ତି ରଚିଲେ ରୋହିତ ଶର୍ମା। ଆଇସିସି ରାଙ୍କିଂର ନମ୍ୱର ଓ୍ୱାନ ପ୍ଲେ.ୟାର ସାଜିଲେ ରୋହିତ। ଭାରତୀୟ ଟିମର ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୩୮ ବର୍ଷ ବୟସରେ ପ୍ରଥମ ଥର ଆଇସିସି ଓ୍ୱାନ-ଡେ ରାକିଂର ଟପ୍ ତାଲିକାରେ ରହିଲେ। ସେ ଶୁବମନ ଗିଲଙ୍କୁ ପଛରେ ପକାଇ ଏହି କୀର୍ତ୍ତି ରଚିଛନ୍ତି। ଅଷ୍ଟ୍ରେଲିଆ ବିରୁଦ୍ଧରେ ଓ୍ୱାନ-ଡେ ସିରିଜ୍ ରେ ୨୦୨ ରନ୍ କରିବା ଓ ଅପରାଜିତ ଶତକ ବଳରେ ୭୮୧ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି। ଶୁବମନ ଗିଲ୍ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି। ଗିଲଙ୍କ ରେଟିଂ ପଏଣ୍ଟସ ୭୪୫ ଅଛି। ଆଫଗାନିସ୍ତାନର ଇବ୍ରାହିମ୍ ଜାଦରାନ ୭୬୪ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭାରତକୁ ୨୦୨୩ରେ ଓ୍ୱାନ-ଡେ ବିଶ୍ୱକପ୍ ଫାଇନାଲରେ ପହଞ୍ଚାଇଥିବା ରୋହିତ ଆଇସିସି ରାଙ୍କିର ଶୀର୍ଷ ତାଲିକାକୁ ଯାଇଥିବା ପଞ୍ଚମ ଭାରତୀୟ ଅଟନ୍ତି। ତାଙ୍କ ପୂର୍ବରୁ ଏହି ଟପ୍ ସ୍ଥାନରେ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲି ଓ ଶୁବମନ ଗିଲ୍ ଥିଲେ। ସବୁଠି ଅଧିକ ବୟସରେ ଏହି ରାକିଂ ହାସଲ କରିଥିବା ପ୍ରଥମ ଖେଳାଳୀ ଅଟନ୍ତି ରୋହିତ। ୧୮ ବର୍ଷ ପୂର୍ବରୁ ଇଣ୍ଟରନାସନାଲ କ୍ରିକେଟରେ ଡେବ୍ୟୁ କରିଥିବା ରୋହିତ ଏବେ ଯାଇ ପ୍ରଥମ ଥର ନମ୍ୱର ଓ୍ୱାନ ରାକିଂ ହାସଲ କରିବାକୁ ସକ୍ଷମ ହେଲେ। ରୋହିତ ଶର୍ମାଙ୍କ ଓ୍ୱାନଡେ କ୍ୟାରିଅର ବେଶ୍ ଦମଦାର ରହିଛି। ଏ ପର୍ଯ୍ୟନ୍ତ ୨୭୬ ଓ୍ୱାନ -ଡେ ମ୍ଯାଚରେ ୧୧ହଜାର୩୭୦ ରନ୍ କରିସାରିଛନ୍ତି। ପ୍ରତି ମ୍ୟାଚରେ ହାରାହାରି ୪୯.୨୨ ରହିଛି। ସେ ୩୩ ସେଞ୍ଚୁରୀ ଓ ୫୯ ଅର୍ଦ୍ଧଶତକ ଲଗାଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now