ଭେଣ୍ଟିଲେଟରରେ ନାହାନ୍ତି ଭେଟେରାନ ଆକ୍ଟର ଧର୍ମେନ୍ଦ୍ର

ଭେଣ୍ଟିଲେଟରରେ ନାହାନ୍ତି ଭେଟେରାନ ଅଭିନେତା ଧର୍ମେନ୍ଦ୍ର। ତାଙ୍କ ଅବସ୍ଥା ସ୍ଥିର ରହିଛି। ଚିନ୍ତା କରିବା ଭଳି କୌଣସି କଥା ନାହିଁ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବାପେକ୍ଷା ଭଲ ଅଛି। ଏ କଥା ପୁଷ୍ଟି କରିଛି ଧର୍ମେନ୍ଦ୍ରଙ୍କ ଟିମ୍। ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଗୁଜବକୁ କେହି ବିଶ୍ୱାସ କରନ୍ତୁନି ବୋଲି ଅପିଲ୍ କରିଛନ୍ତି ଟିମ୍। ଧର୍ମେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଅଛି। ସେ ମୁମ୍ୱାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିବା ଖବର ଆସିଥିଲା। କିନ୍ତୁ ଏ ଖବରକୁ ଗୁଜବ ବୋଲି କୁହାଯାଉଛି। ୮୯ ବର୍ଷୀୟ ଧର୍ମେନ୍ଦ୍ରଙ୍କ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୋଇଥିଲା। ସେଥିଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବଶ୍ୟ ଏହି ଖବର ଧର୍ମେନ୍ଦ୍ରଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ଆଶ୍ୱସ୍ତ କରିଛି। ଧର୍ମେନ୍ଦ୍ର ଏବେ ଡାକ୍ତରଙ୍କ ନୀରିକ୍ଷଣରେ ଅଛନ୍ତି। ଦେଓଲ ପରିବାର ବି ଲୋକଙ୍କୁ ଏଭଳି ଗୁଜବ ଖବରରେ ନ ଭଳିବାକୁ ଅପିଲ୍ କରିଛନ୍ତି। ଏହା ସହ ପରିବାରର ଗୋପନୀୟତା ବଜାୟ ରଖିବାକୁ ବି ଅନୁରୋଧ କରିଛନ୍ତି। ତେବେ ଧର୍ମେନ୍ଦ୍ରଙ୍କ ଅବସ୍ଥା ଖରାପ ଥିବାରୁ ଦୁଇ ଝିଅ ଅଜିତୀ ଓ ବିଜେତାଙ୍କୁ ଆମେରିକାରୁ ଆସିବାକୁ କୁହାଯାଇଛି ବୋଲି ବି ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ରଙ୍କୁ ଏଭଳି ସମୟରେ ଶାନ୍ତିର ମାହୋଲ ଓ ଆରାମର ଆବଶ୍ୟକତା ରହିଛି। ଧର୍ମେନ୍ଦ୍ର ବୟସର ଅପରାହ୍ନରେ ଥିବା ସତ୍ତ୍ୱେ ସେ ବେଶ୍ ଆକ୍ଚିଭ ଅଛନ୍ତି। ସେ ମୁମ୍ୱାଇରୁ ଦୂର ଲୋନାଭାଲାରେ ନିଜ ଫାର୍ମହାଉସରେ ରୁହନ୍ତି। ଏହି ବୟସରେ ବି ସେ ସ୍ୱିମିଂ କରନ୍ତି ଓ ରେଗୁଲାର ଏକ୍ସରସାଇଜ୍ କରନ୍ତି। ଧର୍ମେନ୍ଦ୍ରଙ୍କୁ ବଡ଼ ପରଦାରେ ରକି ଔର ରାନିକି ପ୍ରେମ୍ କାହାନୀ ଓ ତେରି ବାତୋଁ ସେ ଏସା ଉଲଝା ଜିୟାରେ ଦେଖିବାକୁ ମିଳିଥିଲା। ଆଗକୁ ଅଗସ୍ତ୍ୟ ନନ୍ଦାଙ୍କ ଫିଲ୍ମ ଇକିସରେ ବି ନଜର ଆସିବେ। ଏହି ଫିଲ୍ମ ଡିସେମ୍ୱର ୨୫ରେ ରିଲିଜ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *