ଭାରତକୁ ପ୍ରତ୍ୟର୍ପଣ ହେଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ। ଲରେନ୍ସ ବିଷ୍ଣୋଇର ସାନ ଭାଇ। ୟୁଏସରୁ ପ୍ରତ୍ୟର୍ପଣ ହେବା ପରେ ତାକୁ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଛି ଏନଆଇଏ। ୨୦୨୨ରୁ ଫେରାର୍ ଥିଲା ଅନମୋଲ। ଜେଲରେ ଥିବା ଭାଇ ଲରେନ୍ସ ବିଷ୍ଣୋଇର କ୍ରାଇମ ସିଣ୍ଡିକେଟକୁ ବିଦେଶରେ ରହି ପରିଚାଳନା କରୁଥିଲା ଅନମୋଲ। ଟେରର ସିଣ୍ଡିକେଟରେ ଅନମୋଲ ହେଉଛନ୍ତି ୧୯ ନମ୍ୱର ଗିରଫ ଅଭିଯୁକ୍ତ । ମାର୍ଚ୍ଚ ୨୦୨୩ରେ ଏନଆଇଏ ଅନମୋଲଙ୍କ ବିରୁଦ୍ଧରା ଚାର୍ଜସିଟ୍ ଦାଖଲ କରିଥିଲା। ଘୋଷିତ କୁଖ୍ୟାତ ଅପରାଧୀ ଗୋଲଡି ବ୍ରାର୍ ଓ ଲରେନ୍ସ ବିଷ୍ଣୋଇର ଅନେକ ଅପରାଧ କାର୍ଯ୍ୟକଳାପକୁ ଅନମୋଲ ହିଁ ସାକାର କରୁଥିଲା। ଏନସିପି ନେତା ବାବା ସିଦ୍ଦିକିଙ୍କୁ ମର୍ଡର, ସଲମାନ ଖାନଙ୍କ ଘରକୁ ଏପ୍ରିଲରେ ଫାୟାରିଂ ମାମଲାରେ ସଂପୃକ୍ତ ଅଛି ଅନମୋଲ। ଅକ୍ଟୋବର ୧୨, ୨୦୨୪ରେ ବାବା ସିଦ୍ଦିକିଙ୍କୁ ଗୁଳି କରି ମର୍ଡର କରାଯାଇଥିଲା। ଜାଲି ଋଷିଆନ୍ ଦସ୍ତାବିଜ୍ ମାମଲାରେ କାନାଡ଼ାରେ ଅଟକ ଥିଲା ଅନମୋଲ। ମୁମ୍ୱାଇ ପୁଲିସ ଅନମୋଲକୁ ପ୍ରତ୍ୟର୍ପଣ ଲାଗି ଅନୁରୋଧ କରିଥିଲା। ନଭେମ୍ୱର ୧୮ ଅର୍ଥାତ୍ ଗତକାଲି ହିିଁ ୟୁଏସ ପ୍ରଶାସନ ଅନମୋଲକୁ ଭାରତ ପ୍ରତ୍ୟର୍ପଣ କରିଥିଲା। ସମାଜ ପାଇଁ ଏଭଳି ତତ୍ତ୍ୱ ବିପଜ୍ଜନକ। ବାବା ସିଦ୍ଦିକଙ୍କ ପୁଅ ତଥା ଏନସିପି ନେତା ଜିସାନ ସିଦ୍ଦିକି କହିଛନ୍ତି, ତାଙ୍କ ପରିବାର ଏବେ ବି ନ୍ୟାୟ ଅପେକ୍ଷାରେ। ବର୍ଷକରୁ ଅଧିକ ସମୟ ଗଡ଼ିଗଲାଣି। ଅନମୋଲକୁ ଆମେରିକାରୁ ଅଣାଯାଇଛି ସତ। କିନ୍ତୁ ହତ୍ୟା ଷଡ଼ଯନ୍ତ୍ର ପଛରେ ଅସଲ ମାଷ୍ଟରମାଇଣ୍ଡ କିଏ, ଅନମୋଲକୁ ଜେରା କରି ପୁଲିସ ସତ ଓଗାଳୁ। ଲରେନ୍ସ ଗ୍ୟାଙ୍ଗ ଲାଗି ଲମ୍ୱାସମୟ ଧରି ଆମେରିକାରୁ ସିଣ୍ଡିକେଟ୍ ଚଳାଉଥିଲା ଅନମୋଲ।
Naxatra News is now on Whatsapp
Join and get latest news update delivered to you via whatsapp
Join Now