ହଂଗକଙ୍ଗର ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡରୁ ୪ଜଣଙ୍କ ମୃତ୍ୟୁ ହୋଇଛି। ୩ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ଭିତରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ହଂଗକଙ୍ଗର ବହୁତଳ ପ୍ରାସାଦରେ ଏହି ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ ଲାଗି ନାକେଦମ୍ ହୋଇଯାଇଥିଲା। ବିଲଡିଂର ଅତ୍ୟଧିକ ଉଚ୍ଚତା ହେତୁ ନିଆଁକୁ ନିୟନ୍ତ୍ରଣ କରିବା ସହଜ ହେଉନଥିଲା। ଅଗ୍ନିଶମ ବିଭାଗ ଲାଗି ବଡ଼ ଚ୍ୟାଲେଞ୍ଜ ଥିଲା। ନିଆଁକୁ ଆୟତ୍ତ ସହ ଫସିଥିବା ଲୋକଙ୍କୁ ରେସକ୍ୟୁ ଲାଗି ପ୍ରୟାସ ଜାରି ରହିଥିଲା। ତିନୋଟି ଆପାର୍ଟମେଣ୍ଟକୁ ଏହି ନିଆଁ ବ୍ୟାପିଥିଲା। ପ୍ରଭାବିତ ବିଲଡିଂ ବାଉଁଶର ସ୍କାଏ ଫୋଲଡିଂରେ କଭର ହୋଇଥିଲା। କାରଣ ଆପାର୍ଟମେଣ୍ଟର ନିର୍ମାଣ ଓ ମରାମତି କାମ ଚାଲିଥିଲା। ଏହି ବାଉଁଶର ସ୍କାଏଫୋଲଡିଂ ଅଧିକ ଜ୍ୱଳନଶୀଳ ଅଟେ। ସେଥିଲାଗି ନିଆଁ ଅଧିକ ବ୍ୟାପିଯାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now