ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନେତୃତ୍ୱରେ ଆଜି ଧାମନଗର NAC ବିଜେପି ପକ୍ଷରୁ କାଙ୍କରା ସ୍କୁଲ ପଡ଼ିଆରେ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଉତ୍ସାହପୂର୍ଣ୍ଣ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ NAC ପ୍ରତିନିଧି ଜଗଦୀଶ ପାତ୍ର BJD ଛାଡି BJP ରେ ଯୋଗଦେଇଛନ୍ତି।ତାଙ୍କ ସହ ଶତାଧିକ ସମର୍ଥକମାନେ ମଧ୍ୟ ଏହି ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇ ଦଳକୁ ନୂତନ ଶକ୍ତି ଯୋଗାଇଛନ୍ତି।କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁରଜ କହିଥିଲେ “ଧାମନଗରର ଉନ୍ନତି, ସେବା ଓ ସ୍ୱଚ୍ଛ ରାଜନୀତି ପାଇଁ ଲୋକମାନେ ଏବେ BJP କୁ ଆଶ୍ରୟ କରୁଛନ୍ତି।” ମିଶ୍ରଣ ପର୍ବରେ ଅନେକ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ନୂତନ ଯୋଗଦାନରେ ଧାମନଗର NACରେ ବିଜେପିର ସଂଗଠନ ଆହୁରି ଦୃଢ଼ ହେବ ବୋଲି ଆଶା କରାଯାଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now