ବିଜେପିର ସୋନିଆ ଗାନ୍ଧୀ। ଭୁଲ୍ କହୁନୁ। କଂଗ୍ରେସର ସୋନିଆ ଗାନ୍ଧୀ ପୁଣି ବିଜେପିର କେତେବେଳେ ହୋଇଗଲେ। ଶୁଣିବାକୁ ଓ ପଢ଼ିବାକୁ ଖଟକା ଲାଗିପାରେ। ହେଲେ ଏହା ସତ। କେରଳର ମୁନ୍ନାରରେ ସ୍ଥାନୀୟ ନିର୍ବାଚନ ଲଢ଼ୁଛନ୍ତି ସୋନିଆ ଗାନ୍ଧୀ। ତାଙ୍କ ବୟସ ୩୪। ବିଜେପି ଟିକଟରେ ଲଢ଼ୁଛନ୍ତି ସୋନିଆ। ତାଙ୍କ ପିତା ଦିବଂଗତ ଦୁରେ ରାଜ କଟ୍ଟର କଂଗ୍ରେସିଆ ଥିଲେ। ସେ ସୋନିଆଙ୍କ ଆଦର୍ଶରେ ପ୍ରଭାବିତ ହୋଇ ଝିଅ ନାଁ ସୋନିଆ ଗାନ୍ଧୀ ରଖିଥିଲେ। ସୋନିଆଙ୍କ କହିବା କଥା, ତାଙ୍କ ପୁରା ପରିବାର ଆଜି ବି କଂଗ୍ରେସର ସମର୍ଥକ। କିନ୍ତୁ ତାଙ୍କ ସ୍ୱାମୀ ସୁବାଷ ବିଜେପିର। ସେଥିଲାଗି ସେ ବିଜେପି ସମର୍ଥନରେ ନିର୍ବାଚନ ଲଢ଼ୁଛନ୍ତି। ମୁନ୍ନାର ପଞ୍ଚାୟତର ୧୬ ନମ୍ୱର ଓ୍ୱାର୍ଡ ନଲ୍ଲାଥନ୍ନିରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ସୋନିଆ। ତାଙ୍କ ସ୍ୱାମୀ ସୁବାଷ ଦେଢ଼ ବର୍ଷ ପୂର୍ବେ ମୁନ୍ନାର ମୁଲକଡ଼ଇ ଅଞ୍ଚଳରେ ହୋଇଥିବା ପଞ୍ଚାୟତ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିଲେ। କେରଳରେ ପଞ୍ଚାୟତ ନିର୍ବାଚନ ୯ ଓ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now