ଇଣ୍ଡିଗୋ ସଙ୍କଟରେ ଟିକଟ ଦର : ଲକ୍ଷେ ଟପିଲା ଡୋମେଷ୍ଟିକ ଫ୍ଲାଇଟ୍- ଲଣ୍ଡନ ଓ ନ୍ୟୁୟର୍କ ଟିକଟ ଦରର ଦୁଇଗୁଣା

ବିପତ୍ତି ବେଳେ ବ୍ଲାକମେଲିଂ। ଟିକଟ ଦର ହେଲା ବେକାବୁ। ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ ଇଣ୍ଡିଗୋର ଶତାଧିକ ଫ୍ଲାଇଟ୍‌ ଅହେତୁକ ବିଳମ୍ୱ ଓ ବାତିଲ୍ ହୋଇଛି। ଆଜି ପ୍ରାୟ ୪ଶହରୁ ଅଧିକ ବିମାନ ବାତିଲ୍ ହୋଇଛି। କ୍ରମାଗତ ଚତୁର୍ଥ ଦିନ ହେଲା ଏହି ଅଚଳାବସ୍ଥା ଜାରି ରହିଛି। କାଲି ୫ଶହରୁ ଅଧିକ ଫ୍ଲାଇଟ୍ ବାତିଲ୍ ହୋଇଥିଲା। ଯାତ୍ରୀ ନାହିଁ ନଥିବା ଅସୁବିଧାରେ ପଡ଼ିଛନ୍ତି। ଇଣ୍ଡିଗୋର ମନୋପଲି ପଲିସିକୁ ସବୁଠି ନିନ୍ଦା କରାଯାଉଛି। ଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତ ଓ ଅହମଦାବାଦ ଏୟାରପୋର୍ଟରେ ହଜାର ହଜାର ଯାତ୍ରୀ ଫସିଛନ୍ତି। ପୁରା ଭାରତରେ ଆଭିଏସନ ସେକ୍ଟର ଉପରେ ଗମ୍ଭୀର ପ୍ରଭାବ ପଡ଼ିଛି। ଏବେ ଏହି ସଙ୍କଟ ବେଳେ ଇଣ୍ଡିଗୋ ସମେତ ଅନ୍ୟ ଏୟାରଲାଇନ୍ସ ଫ୍ଲାଇଟ୍ ଭଡ଼ାକୁ ଆକାଶଛୁଆଁ କଲେଣି। ଟ୍ରାଭେଲର୍ସ ଓ ବୁକିଂ ପୋର୍ଟାଲ୍ସ କହିଛି, ଅନେକ ଏୟାରଲାଇନ୍ସର ଡୋମେଷ୍ଟିକ ସେକ୍ଟରର ଟିକଟ ଏବେ ୟୁନାଇଟେଡ୍ ଷ୍ଟେଟସ ବା ଅଷ୍ଟ୍ରେଲିଆକୁ ଇଣ୍ଟରନାସନାଲ ଫ୍ଲାଇଟ୍ ରିଟର୍ଣ୍ଣ ଭଡ଼ାରୁ ବି ଅଧିକ ମହଙ୍ଗା ହୋଇପଡ଼ିଛି। ଲୋ-କଷ୍ଟ କ୍ୟାରିଅର ସ୍ପାଇସ୍ ଜେଟ୍ ଆଜି କିଛି ରୁଟରେ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଭଡ଼ା ଚାର୍ଜ କରୁଛି। ସାଧାରଣରେ ଯାହାର ଭଡ଼ା ୫ହଜାରରୁ ୧୨ହଜାର ଟଙ୍କା ଥିଲା। ଏୟାର ଇଣ୍ଡିଆ ବି ଦୁଇଟି ଷ୍ଟପ୍ ଥିବା ଫ୍ଲାଇଟ୍ ପାଇଁ ଇକୋନୋମି କ୍ଲାସ୍ ପାଇଁ ଓ୍ୱାନ-ୱେ ଟିକଟ ଦର ୭୦ହଜାର ଟଙ୍କା କରିଦେଇଛି। ଏହା ବ୍ୟତୀତ ହାଇଦ୍ରାବାଦରୁ ଭୋପାଳକୁ ଲାଷ୍ଟ ମିନିଟ୍ ଏୟାରଇଣ୍ଡିଆ କନେକ୍ସନରେ ବିଜନେସ କ୍ଲାସ ଟିକଟ। ଯାହା ୩ଟି ଷ୍ଟପ। ଏବେ ୧ଲକ୍ଷ ୨୭ହଜାର ୯୦ ଟଙ୍କା ହୋଇଯାଇଛି ଭଡ଼ା ଦର। ସ୍ପାଇସଜେଟର ଗୋଟିଏ ଟିକଟ ଦର ଏବେ ବଢ଼ି ପ୍ରାୟ ୩୮ହଜାର ଟଙ୍କା ହୋଇଯାଇଛି। ଦିଲ୍ଲୀ-ବେଙ୍ଗାଲୁରୁ ଓ୍ୱାନ-ୱେ ଇକୋନୋମି ଟିକଟ ଏବେ ୨୧ହଜାରରୁ ବଢ଼ି ୫୨ହଜାର ୬୯୪ ହୋଇଛି। ଆଜି ଦିଲ୍ଲୀରୁ ଜୟପୁରକୁ ଭଡ଼ା ୮୮ହଜାର ହୋଇଯାଇଛି। ଦିଲ୍ଲୀରୁ ନ୍ୟୁୟର୍କ ଯାଏ ଭଡ଼ା ୪୭ହଜାର୫ଶହ ଓ ଦିଲ୍ଲୀରୁ ଲଣ୍ଡନ ଭଡ଼ା ୨୭ହଜାର ଟଙ୍କା ରହିଛି। ଏହାର ଅର୍ଥ ଡୋମେଷ୍ଟିକ୍ ଫ୍ଲାଇଟ୍ ଟିକଟର ଦର ଇଣ୍ଟରନାସନାଲ ଟିକଟ ଦରର ପ୍ରାୟ ଦୁଇ ଗୁଣା ହୋଇଯାଇଛି। କେବଳ ଏତିକି ନୁହେଁ। ଦିଲ୍ଲୀରୁ ପାଟନା ଓ ବେଙ୍ଗାଲୁରୁକୁ ଟିକଟ ଦର ୪୦ହଜାର ଟଙ୍କା ଲେଖାଏଁ କରିଦିଆଯାଇଛି। ହନିମୁନ ସିଜିନରେ ମୁମ୍ୱାଇରୁ ପୋର୍ଟବ୍ଲେୟାର ଯାଏ ଭଡ଼ା ୪୨ହଜାର ପାର୍ କରିଛି। ଦିଲ୍ଲୀ ମୁମ୍ୱାଇ ଭଳି ବ୍ୟସ୍ତବହୁଳ ରୁଟରେ ଟିକଟ ରେଟ୍ ୪୮ହଜାର ପାର୍ କରିଥିଲା ବେଳେ କୋଲକାତା- ଗୌହାଟି ଭଳି କମ୍ ଲୋକପ୍ରିୟ ରୁଟରେ ଟିକଟ ଦର ୧ଲକ୍ଷ ୩୨ହଜାରରେ ବିକ୍ରି ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *