ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ IOCL ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ମେ 2016 ରେ ଆରମ୍ଭ କରାଯାଇଥିଲା । ଯାହାର ଉଦ୍ଧେଶ୍ୟ ଥିଲା ଗରିବ ପରିବାରର ମାନଙ୍କର ବୟସ୍କ ନାରୀମାନଙ୍କୁ ଜମା ବିହୀନ LPG ସମ୍ପର୍କଣ ପ୍ରଦାନ କରିବା । ଏ ପର୍ଯ୍ୟନ୍ତ ଯୋଜନା ଅଧୀନରେ 10.33 କୋଟିରୁ ଅଧିକ LPG ସମ୍ପର୍କଣ ଜାରି କରାଯାଇଛି। ଯାହା ବେଶଜୁଡ଼ା ସ୍ୱଚ୍ଛ ଇନ୍ଧନ ପ୍ରାପ୍ୟତାରେ ବିଶାଳ ସୁଧାର ଆଣିଛି । ତେବେ ଏ ନେଇ ଆଜି ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ ଏକ ପ୍ରେସ ବିବୃତିରେ ଏହାର ସବିଶେଷ ଆଲୋଚନା କରାଯାଇଥିଲା, ଯେଉଁଠି ଗରିବ ପରିବାରର ମହିଳାମାନେ କି ପରି ଉଜ୍ଜ୍ଵଳା ଯୋଜନାର ଲାଭ ପାଇବେ , ଏବଂ ଯେଉଁମାନେ ଏଇଥିରୁ ବଞ୍ଚିତ ରହିଛନ୍ତି ସେମାନେ କି ଭଳି ଭାବେ ଆବେଦନ କରିବେ ସେ ନେଇ ଆଲୋଚନା ହୋଇଥିଲା। ଏହି ଆଲୋଚନା ରେ ଶ୍ରୀ ଟୁଣ୍ଡୁପ ନାରୋ , ମୁଖ୍ୟ ମହାପ୍ରବନ୍ଧକ ( ଏଲ.ପି.ଜି ) ଓଡିଶା ରାଜ୍ୟ କାର୍ଯ୍ୟାଳୟ , ଶ୍ରୀ ପ୍ରଦୀପ କୁମାର ପଣ୍ଡା , ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ମୟୁରଭଞ୍ଜ , ଶ୍ରୀମତୀ ସୁସ୍ମିତା ତ୍ରିପାଠୀ , ମହାପ୍ରବନ୍ଧକ ( କର୍ପୋରେଟ ସଂଚାର ) ଯୋଜନା ଓ ସମ୍ମନୟ , ଶ୍ରୀ ସଚିନ କଦମ , ମଣ୍ଡଳୀୟ ଏଲ.ପି.ଜି ବିକ୍ରୟ ପ୍ରମୁଖ ଇଂଡେନ ଏରିଆ ଅଫିସ ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଅନେକ ହିତାଧିକାରୀ ରନ୍ଧନ ଗ୍ୟାସ ଟାଙ୍କି ନ ପାଇ ଖାତା ପତ୍ରରେ ନାମ ଥିବା ନେଇ ତାହାକୁ ଏବଂ କଳା ବଜାରୀ କି ପରି ରୋକା ଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *