ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ

ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ । ସମୟ ଅଛି ଜମି ଫେରାଅ । ନହେଲେ ଉଛେଦ ପାଇଁ ଖର୍ଚ୍ଚ ଟଙ୍କା ବି ରୋକଭରି କରିବେ ସରକାର । ଜବରଦଖଲ କାରୀଙ୍କ ଠାରୁ ଆଦାୟ ହେବ ଉଛେଦ ଖର୍ଚ୍ଚ । ଜବରଦଖଲ କାରୀଙ୍କ ଡାଟାବେସ ପ୍ରସ୍ତୁତ ପାଇଁ ତହସିଲଦାର ମାନଙ୍କୁ ନିର୍ଦ୍ଦଶ । 320 ତହସିଲରେ କେତେ ଜମି ଅଛି, ଶିଳ୍ପ ଜମି, ରାଜସ୍ବ ବିଭାଗ ଜମି, ଜବର ଦଖଲ ଜମି କେତେ । ଜବରଦଖଲ କାରୀଙ୍କ ଡାଟାବେସ ପ୍ରସ୍ତୁତ କରିବାକୁ କୁହାଯାଇଛି । ଆବଶ୍ୟକତା ପାଇଁ ଭୂମିହୀନ ଗରିବ ଜବରଦଖଲ କରିଥିଲେ ସେମାନଙ୍କୁ 4 ଡ଼ିସିମିଲ ଜମି ଦେବେ ସରକାର ।ହେଲେ ପ୍ରଭାବଶାଳୀ ଜବରଦଖଲ କାରୀ ଏବେ ବି ସମୟ ଅଛି ଛାଡ଼ି ଦିଅନ୍ତୁ । ନହେଲେ ଉଛେଦ କରିବା ଖର୍ଚ୍ଚ ରିକୋଭାରୀ ହେବ । ଜମି ସନ୍ତୁଳନ ରକ୍ଷା କରିବାରେ ଯିଏ ବାଧକ ସାଜିବ କାର୍ଯ୍ୟାନୁଷ୍ଠାନ ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *