ଦନ୍ତାହାତୀ ଆକ୍ରମଣରେ ଚାଷୀ ଗୁରୁତର

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟ୍ଟକୁମୁଣ୍ତା ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର l ଗୁରୁତର ଚାଷୀ ଜଣକ ହେଲେ ସେହି ଗ୍ରାମର ଡିଲେଶ୍ୱର ସାହୁ । ସୂଚନା ଯେ, ବିଲରୁ ଧାନ ଅମଳ କରି ଫେରୁଥିବା ବେଳେ ସରପାଳ ଆମ୍ବ ତୋଟା ନିକଟରେ ହାତୀ ଆକ୍ରମଣ କରିଛି । ଗୁରୁତରଙ୍କୁ ବନବିଭାଗ ପକ୍ଷରୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *