ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ପୋଲିସର ତନାଘନା

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ପୋଲିସର ତନାଘନା। ଏମ୍ସ ମେଡିକାଲ ରୁ ହ୍ୟୁମାନ ଙ୍କ ଚିକିତ୍ସା ବାବଦରେ କିଛି ଦସ୍ତାବିଜ ପାଇଛି କମିଶନରେଟ ପୋଲିସ । ହ୍ୟୁମାନଙ୍କ ମୃତ୍ୟ କୁ ନେଇ ଦିନକୁ ଦିନ ରହସ୍ୟ ଘନେଇବାରେ ଲାଗିଥିଲା ବେଳେ ଏହି ମାମଲାରେ କଟକ କମିଶନରେଟ ପୋଲିସ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି । ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଡିସିପି ଋଷିକେଶ ଖିଲାରୀ । ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଏମ୍ସ ଡାକ୍ତର ଙ୍କ ସହ ଯୋଗାଯୋଗ ରେ ଅଛୁ । ଏମ୍ସ ମେଡ଼ିକାଲରୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିଲା ପରେ ତଦନ୍ତ କରାଯିବ। ଯେଉଁ ମାନଙ୍କ ନାଁ ରେ ଏତଲା ଦିଆଯାଇଛି ସମସ୍ତେ ତଦନ୍ତ ପରିସର ଭୁକ୍ତ ରହିଛନ୍ତି । ଏପରିକି ଏମ୍ସ ରୁ ହ୍ୟୁମାନଙ୍କ ଚିକିତ୍ସା ସମ୍ବନ୍ଧୀୟ କିଛି ଦସ୍ତାବିଜ ହାସଲ କରିଛି ପୋଲିସ । ଗତ ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଅବସ୍ଥାରେ ହୁମାନ ସାଗରଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରୀ ରିପୋର୍ଟ ଅନୁଯାୟୀ, ମଲ୍ଟି-ଅର୍ଗାନ ଫେଲ୍ୟୁୟର , ଯକୃତ ଜନିତ ସମସ୍ୟା ଏବଂ ନିମୋନିଆ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏହି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ମା ସେଫଳି ସୁନା । ଏହା ସ୍ୱଭାବିକ ମୃତ୍ୟୁ ନୁହେଁ ବରଂ ଏହା ପଛରେ ଏକ ପ୍ରୟୋଜିତ ଷଡ଼ଯନ୍ତ୍ର ରହିଛି ଦର୍ଶାଇ କଟକର ମର୍କତ ନଗର ଥାନାରେ ୯ ଜଣଙ୍କ ନାଁ ରେ ଏତଲା ଦେବା ପରେ ତଦନ୍ତ ଜାରି ରଖିଛି ପୋଲିସ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *