ଖଣ୍ଡା ବାଣ୍ଟି ବନ୍ଧା ହେଲେ। ଘାଜିଆବାଦରେ ହିନ୍ଦୁ ରକ୍ଷା ଦଳ ନାଁରେ କିଛି ଯୁବକ ଖଣ୍ଡା ଓ ଅସ୍ତ୍ରଶସ୍ତ୍ର ବାଣ୍ଟିଥିଲେ। ସାଲିମାର ଗାର୍ଡେନ ଏରିଆରେ ଘରକୁ ଘର ଯାଇ ଅସ୍ତ୍ରଶସ୍ତ୍ର ବାଣ୍ଟିବା ବେଳେ କହୁଥିଲେ, ଜିହାଦି ଆକ୍ରମଣ କଲେ ଏହା ରକ୍ଷା କରବ। ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣର ପ୍ରତିଶୋଧ ନେବାକୁ ଏହା ହିଁ ଉଚିତ୍ ଜବାବ ବୋଲି କହିଥିଲେ ସଂଗଠନ ସଦସ୍ୟ। ଏ ସମ୍ପର୍କିତ ଏତଲା ପରେ ୧୦ଜଣଙ୍କୁ ବାନ୍ଧିଛି ପୁଲିସ। ଏତଲାରେ ୧୬ ଜଣଙ୍କ ନାଁ ଉଲ୍ଲେଖ ରହିଛି। ସଂଗଠନ ସଭାପତି ପିଙ୍କି ଚୌଧୁରୀ ଫେରାର୍ ହୋଇଯାଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now