ବଢ଼ୁଛି ବାଂଲାଦେଶରେ ହିନ୍ଦୁ ବିରୋଧୀ ବର୍ବରତା

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଓ ବର୍ବରତା ସୀମା ପାର୍ କଲାଣି। ଆଉ ଜଣେ ହିନ୍ଦୁ ଖୋକନ ଦାସଙ୍କୁ ବର୍ବୋରୋଚିତ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହିନ୍ଦୁ ବ୍ୟବସାୟୀ ଖୋକୋନ ଦାସଙ୍କ ଢାକା ହସ୍ପିଟାଲରେ ମୃତ୍ୟୁ ହୋଇଛି। ଧାରୁଆ ଅସ୍ତ୍ରରେ ହାଣିଥିଲେ। ତା ପରେ ନିଆଁ ଲଗାଇଦେଇଥିଲେ। ଢାକାରୁ ପ୍ରାୟ ଦେଢ଼ ଶହ କିଲୋମିଟର ଦୂର ନିଜ ଗାଁରେ ଔଷଧ ଓ ମୋବାଇଲ ବ୍ୟାଙ୍କିଂର ବ୍ୟବସାୟ କରୁଥିଲେ ଖୋକନ। ବୁଧବାର ରାତିରେ ଇସଲାମିକ୍ କଟ୍ଟରପନ୍ଥୀ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ବୁଧବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ଖୋକନ। ସେତିକିବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆଉ ତାଙ୍କ ଦେହରେ ନିଆଁ ଲଗାଇଦେଇଥିଲେ। ଜୀବନ ବିକଳରେ ଗମ୍ଭୀର ଅବସ୍ଥାରେ ପାଖରେ ଥିବା ପୋଖରୀକୁ ଡେଇଁ ପଡ଼ିଥିଲେ ଖୋକନ। ହେଲେ ସେତେବେଳକୁ ତାଙ୍କ ତାଙ୍କ ଚେହେରା ଓ ମୁଣ୍ଡର ଅଧିକାଂଶ ଭାଗ ଜଳିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ଅବସ୍ଥା ଗୁରୁତରରୁ ଢାକାକୁ ରେଫର କରାଯାଇଥିଲା। ଆଉ ଶୁକ୍ରବାର ରାତିରେ ମୃତ୍ୟୁ ହୋଇଯାଇଥିଲା। ଏହି ମାମଲାକୁ ନେଇ ପଶ୍ଚିମବଙ୍ଗ ବିଜେପି ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଦଳ ଏହାକୁ ଧାର୍ମିକ ଆଧାରରେ ହେଉଥିବା ହିଂସା କହିଛି। ଏହି ଅଧ୍ୟାୟ ଉଭୟ ବଙ୍ଗଳା ଓ ବାଂଲାଦେଶରେ ଚାଲିଛି। ଗଲା ବର୍ଷ ମୁର୍ସିଦାବାଦରେ ହୋଇଥିବା ହତ୍ୟାକାଣ୍ଡର ନଜିର ଦେଇ ବଙ୍ଗାଳୀ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ଥମୁନି ବୋଲି କହିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଅମଳରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ମାମଲା ଉପରେ ଅନ୍ତରାଷ୍ଟ୍ରୀୟ ମାନବାଧିକାର ସଂଗଠନ ବି ଚିନ୍ତା ପ୍ରକଟ କରିଛି। ବାଂଲାଦେଶରେ ଗଲା ଡିସେମ୍ୱର ୧୮ରେ ଦୀପୁ ଚନ୍ଦ୍ର ଦାସଙ୍କୁ ଭିଡ଼ ହିଂସା ହତ୍ୟା କରିଥିଲା। ଶବକୁ ଗଛରେ ବାନ୍ଧି ଜଳାଇ ଦିଆଯାଇଥିଲା। ଦୀପୁଙ୍କ ଉପରେ ଇସାନିନ୍ଦା ଆରୋପ ଲାଗିଥିଲା। ଡିସେମ୍ୱର ୨୫ରେ ଅମୃତ ମଣ୍ଡଳଙ୍କୁ ପିଟି ପିଟି ହତ୍ୟା କରାଗଲା। ଅନ୍ତରାଷ୍ଟ୍ରୀୟ ମଞ୍ଚରୁ ଚାପ ପଡ଼ିବା ପରେ ବାଂଲାଦେଶ ସରକାର କହିଥିଲେ, ଅମୃତ ଅପରାଧିକ ଗତିବିଧିରେ ଲିପ୍ତ ଥିଲା। ଆଉ ପୁରୁଣା ବିବାଦରୁ ଭିଡ଼ ହିଂସାରେ ତାଙ୍କର ମୃତ୍ୟୁ ହୋଇଛି। ଡିସେମ୍ୱର ୨୯ରେ ମେହରବାରି ଏରିଆରେ ସୁରକ୍ଷା ଡ୍ୟୁଟି ଅବସରରେ ୪୨ ବର୍ଷୀୟ ବଜେନ୍ଦ୍ର ବିଶ୍ୱାସଙ୍କୁ ଗୁଳି ଲାଗିବାରୁ ମୃତ୍ୟୁ ହୋଇଛି। ପୁଲିସ ଅଭିଯୁକ୍ତ ନୋମାନ ମିୟାକୁ ଗିରଫ କରିଛି। ଯାହାକୁ ଜେରା ପରେ କହିଥିଲା ଯେ, ସେ ମଜାକରେ ଗୁଳି ଚଳାଇଥିଲେ। ଟାର୍ଗେଟ କରି ଗୁଳି କରିନଥିଲେ। ଭାରତର ଅନେକ ଥର ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ବିରୁଦ୍ଧରେ ଲଗାତାର ଜାରି ଥିବା ଶତ୍ରୁତା ଆଚରଣକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ ସହ ଏହାକୁ ରୋକିବାକୁ କ୍ରମାଗତ ଚାପ ପକାଉଛି। ବାଂଲାଦେଶ ସରକାରଙ୍କ କହିବା କଥା, ସଂଖ୍ୟାଲଘୁଙ୍କ ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ। କିନ୍ତୁ ବାସ୍ତବତା ଭିନ୍ନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *