ଆଇପିଏଲରୁ ମୁସ୍ତାଫିଜୁର ରେହେମାନଙ୍କୁ କେକେଆର୍ ବିଦା କରିବା ପରେ ଏହାର ପ୍ରତିଶୋଧ ନେଇଛି ବାଂଲାଦେଶ। ବିପିଏଲ ବ୍ରଡକାଷ୍ଟର ପାନେଲରୁ ଭାରତୀୟ ଆଙ୍କରଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ କ୍ରିକେଟ ବୋର୍ଡ। ଭାରତର ଷ୍ଟାର ମହିଳା ଆଙ୍କର ରିଦ୍ଧିମା ପାଠକଙ୍କୁ ବାଂଲାଦେଶ ପ୍ରିମିୟର ଲିଗର ପ୍ରେଜେଣ୍ଟେସନ ପାନେଲରୁ ହଟାଇଦେଇଛି ବିସିବି। ସ୍ପୋର୍ଟସ ପ୍ରେଜେଣ୍ଟର ଭାବେ ରିଦ୍ଧିମା ପାଠକଙ୍କ ବେଶ୍ ଖ୍ୟାତି ରହିଛି। ସେ ଅନେକ କ୍ରିକେଟ ସୋ ଓ ଇଭେଣ୍ଟସକୁ ହୋଷ୍ଟ କରିଛନ୍ତି। ରିଦ୍ଧିମା ବାଂଲାଦେଶରେ ପାକିସ୍ତାନର ଜୈନବ ଅବ୍ବାସଙ୍କ ସହ ବିପିଏଲ ୨୦୨୫-୨୬କୁ କୋ-ହୋଷ୍ଟ କରୁଥିଲେ। କିନ୍ତୁ ଏବେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଯାଇଛି। କୁହାଯାଏ ପ୍ରତି ଆକ୍ସନର ରିଆକ୍ସନ ଥାଏ। ଭାରତ-ବାଂଲାଦେଶ କ୍ରିକେଟ ବୋର୍ଡ ଭିତରେ ଜାରି ଥିବା ତିକ୍ତତା ଦିନକୁ ଦିନ ଅଧିକ ହେବାରେ ଲାଗିଛି। ବାଂଲାଦେଶରେ ଆଇପିଏଲ ଦେଖାଇବା ଉପରେ ବ୍ୟାନ୍ ଲଗାଇବା ପରେ ଏବେ ଖବର ଆସୁଛି ଯେ, ବାଂଲାଦେଶର ବ୍ୟାଟ୍ସମ୍ୟାନ୍ ଭାରତରେ ବ୍ୟାଟ୍ ତିଆରି କରୁଥିବା ବଡ଼ କମ୍ପାନୀ ଏସଜି ବ୍ୟାଟକୁ ବ୍ୟବହାର କରିପାରିବେନି। ସାମ୍ପ୍ରତିକ ସ୍ଥିତି ଦେଖି ବାଂଲାଦେଶୀ କ୍ରେକେଟରଙ୍କ ସହ ଏହି ଡିଲ୍ ଖତମ କରିବାକୁ ନିଷ୍ପତ୍ତି ନେଇଛି ଏସଜି କମ୍ପାନୀ। ବାଂଲାଦେଶୀ ଖେଳାଳୀଙ୍କ ସହ କିଟ୍ ସ୍ପୋନସର ସହ ଜଡ଼ିତ ସମସ୍ତ ଡିଲ୍ ସମାପ୍ତ କରିବ ଏସଜି। ଟି-ଟ୍ୱେଣ୍ଟି ବିଶ୍ୱକପ୍ ମୁକାବିଲାର ଭେନ୍ୟୁ ଭାରତରେ ନ କରି ଶ୍ରୀଲଙ୍କାକୁ ସିଫ୍ଟ ଲାଗି ଆଇସିସି ପାଖରେ ଦାବି ରଖିଥିଲା ବାଂଲାଦେଶ। ହେଲେ ଏହାକୁ ଆଇସିସି ସ୍ପଷ୍ଟ ଖାରଜ କରିଦେଇଛି। ଆଇସିସି ସ୍ପଷ୍ଟ କରିଦେଇଛି, ସ୍ଥିରୀକୃତ ସିଡ୍ୟୁଲରେ ହିଁ ନିଜ ମ୍ୟାଚ୍ ଖେଳିବାକୁ ପଡ଼ିବ। ଅର୍ଥାତ୍ ଟଇ-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬ର ଗ୍ରୁପ ମ୍ୟାଚ୍ ଭାରତରେ ହିଁ ଖେଳିବାକୁ ପଡ଼ିବ। ବାଂଲାଦେଶର ଗ୍ରୁପ ଷ୍ଟେଜ୍ ମୁକାବିଲା କୋଲକାତା ଓ ମୁମ୍ୱାଇରେ ଖେଳିବାକୁ ସିଡ୍ୟୁଲ୍ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now