ରାଜ୍ୟରେ ବଢିଲା ବୁଥ ସଂଖ୍ୟା

ରାଜ୍ୟରେ ବଢିଲା ବୁଥ ସଂଖ୍ୟା. | SIR ପୂର୍ବରୁ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି. ଆଉ ୭ ହଜାର ବୁଥ ବୃଦ୍ଧି କରାଯାଇଛି | ପୂର୍ବରୁ ୩୬ ହଜାର ବୁଥ ଥିବା ବେଳେ ଏବେ ପ୍ରାୟ ୪୩ ହଜାର ବୁଥ କରାଯାଇଛି. SIR ପାଇଁ ଓଡ଼ିଶା ପ୍ରସ୍ତୁତ | ଓଡିଶାରେ SIR ଲାଗୁ ପାଇଁ ପ୍ରସ୍ତୁତି ୫ ମାସ ଧରି ଚାଲିଛି | ଗୋଟିଏ ବୁଥରେ ୧୨୦୦ରୁ ଉର୍ଦ୍ଧ ଭୋଟର କିମ୍ବା ତାଠାରୁ କମ ଭୋଟର ରହିବେ | ଏନେଇ ସମସ୍ତ ପ୍ରୋସେସ ସରିଛି | ରାଜ୍ୟରେ ପ୍ରାୟ ୪୩ ହଜାର ବୁଥ ସୃଷ୍ଟି ହୋଇଛି ସବୁ ବୁଥରେ ୧୨୦୦ କିମ୍ବା ତାଠାରୁ କମ ଭୋଟର ରହିବେ | ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି।  ୨୦୦୨ ମସିହାରେ ଶେଷ ଥର ପାଇଁ ଓଡିଶାରେ SIR ହୋଇଥିଲା | ୨୦୦୨ ରୁଲରେ ଯେଉଁମାନଙ୍କ ନାମ ଥିଲା ୨୦୨୫ ରୁଲରେ ନାମ ଥିଲେ ଆଉ ସଂଶୋଧିତ ଦରକାର ନାହିଁ | ସେଥିରେ ସେମାନଙ୍କ ପୁଅ ଝିଅଙ୍କ ନାମ ଯୋଡ଼ାଯିବ |  ୨୦୨୫ ଏବଂ ୨୦୦୨ ଡାଟା ଇଣ୍ଟିଗ୍ରେଟ ହୋଇସାରିଛି | ୭୦ ପ୍ରତିଶତ ମ୍ୟାପିଙ୍ଗ ସରିଛି | ଯେଉଁ ଭୋଟର ମାନେ ମ୍ୟାପିଙ୍ଗରେ ମିଳିବେ ନାହିଁ ସେମାନଙ୍କୁ ଆଉ କୌଣସି ଡକୁମେଣ୍ଟ ଦେବାକୁ ପଡିବ |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *