ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ଡିଜିଟାଲ ପାଠାଗାର। ଏନେଇ ପ୍ରସ୍ତୁତି ଆଗେଇ ଚାଲିଛି। ରଘୁନନ୍ଦନ ପାଠାଗାରରେ ଥିବା ମାଦଳା ପାଞ୍ଜି ସହ ଦୁର୍ଲଭ ଶ୍ରୀମନ୍ଦିରର ରେକର୍ଡ, ନୀତିକାନ୍ତି ସମ୍ବନ୍ଧୀୟ ତଥ୍ୟାବଳୀ, ପ୍ରାଚୀନ ତାଳପତ୍ର ପୋଥିର ଡିଜିଟାଇଜେସନ ପାଇଁ ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର ତଥା ଏନଆଇସି ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚୋନା ହୋଇଛି। ଏବେ ହେଉଛି ଇଣ୍ଟରନେଟ ଯୁଗ। ଏଥିପାଇଁ ଡିଜିଟାଲ ପାଠାଗାରର ପରିକଳ୍ପନା କରାଯାଇଛି। ଏହା ଦ୍ଵାରା ଭବିଷ୍ୟତ ପୀଢ଼ି ସବୁ ସୂଚନା ପାଇପାରିବେ। କେବଳ ସେତିକି ନୁହେଁ ଯେଉଁ ମାନେ ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଛନ୍ତି ସେମାନେ ମଧ୍ୟ ସବୁ ତଥ୍ୟ ପାଇପାରିବେ । ଏହାଏକ ବିଶ୍ଵସ୍ତରୀୟ ଡିଜିଟାଲ ପାଠାଗାର ହେବ। ଅନ୍ୟପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଇ-ଲାଇବ୍ରେରୀରେ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ରଖାଯିବ। ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ସବୁ ତଥ୍ୟକୁ ଡିଜିଟାଇଜେସନ କରାଯାଇ ଡିଜିଟାଲ ପାଠାଗାର କରାଯିବ। ଏହା ଦ୍ଵାରା ଆଗାମୀ ଦିନ ପାଇଁ ସବୁ ତଥ୍ୟ ସଂରକ୍ଷିତ ହୋଇ ରହିପାରିବ। ଯେଉଁ ମାନେ ଇଚ୍ଛୁକ, ସେମାନେ ଏହି ଡିଜିଟାଲ ପାଠାଗାରକୁ ଆସି ପଢ଼ି ପାରିବେ। ଗବେଷଣରେ ଏହା ବହୁତ ସାହାଯ୍ୟ କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଡିଜିଟାଲ ପାଠାଗାର ନେଇ ପ୍ରସ୍ତୁତି ଆଗେଇ ଚାଲିଛି। ଏହା ଦ୍ଵାରା ସାରା ବିଶ୍ଵରେ ଜଗନ୍ନାଥ ସଂସ୍କୃତିର ଆହୁରି ପ୍ରଚାର ପ୍ରସାର ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now